ଭେଡ଼ବାହାଲ୍ ଅଲଟ୍ରା ମେଗା ପାୱାର ପ୍ରୋଜେକ୍ଟ: ରି-ବିଡିଂ ପାଇଁ ଏକ୍ସପର୍ଟ କମିଟି ପାଖରେ ସର୍ତ୍ତ ରଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ଭେଡ଼ବାହାଲରେ ହେବ ୪ ହଜାର ମେଗାୱାଟ୍ ବିଶିଷ୍ଟ ଅଲଟ୍ରା ମେଗାପାୱାର ପ୍ଲାଣ୍ଟ୍। ଏଥିପାଇଁ ରି-ବିଡିଂ ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ। ଏଥିପାଇଁ ଗଠିତ ଏକ୍ସପର୍ଟ କମିଟି ପାଖରେ ଗତ ୧୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରୀଡକୋ ସିଏମଡି ରି-ବିଡିଂ ପାଇଁ କିଛି ସର୍ତ୍ତ ଉପସ୍ଥାପନ କରିଛନ୍ତି। ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପରେ ଟ୍ରାନସିମିସନରେ ବିଳମ୍ୱ ପାଇଁ ସରକାର ଦାୟୀ ରହିବେ ନାହିଁ ବୋଲି କୁହାଯାଇଛି। ସେହିପରି ପ୍ଲାଣ୍ଟର କାପାସିଟି ଟେଷ୍ଟକୁ କ୍ରମାଗତ […]

electricity

Rakesh Mallick
  • Published: Sunday, 18 October 2015
  • , Updated: 18 October 2015, 02:21 PM IST

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ଭେଡ଼ବାହାଲରେ ହେବ ୪ ହଜାର ମେଗାୱାଟ୍ ବିଶିଷ୍ଟ ଅଲଟ୍ରା ମେଗାପାୱାର ପ୍ଲାଣ୍ଟ୍। ଏଥିପାଇଁ ରି-ବିଡିଂ ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ। ଏଥିପାଇଁ ଗଠିତ ଏକ୍ସପର୍ଟ କମିଟି ପାଖରେ ଗତ ୧୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରୀଡକୋ ସିଏମଡି ରି-ବିଡିଂ ପାଇଁ କିଛି ସର୍ତ୍ତ ଉପସ୍ଥାପନ କରିଛନ୍ତି। ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପରେ ଟ୍ରାନସିମିସନରେ ବିଳମ୍ୱ ପାଇଁ ସରକାର ଦାୟୀ ରହିବେ ନାହିଁ ବୋଲି କୁହାଯାଇଛି। ସେହିପରି ପ୍ଲାଣ୍ଟର କାପାସିଟି ଟେଷ୍ଟକୁ କ୍ରମାଗତ ୭୨ ଘଣ୍ଟା ପାଇଁ ରଖିବାକୁ ମତ ରଖିଛନ୍ତି ସରକାର। ତେବେ ପୂର୍ବ ବିଡିଂ ବେଳେ ଜମି ଲିଜକୁ ନେଇ ଥିବା ସର୍ତ୍ତକୁ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି ରାଜ୍ୟ ସରକାର। ଯେଉଁ ସଂସ୍ଥା ପ୍ଲାଣ୍ଟ ନିର୍ମାଣ କରିବ ଜମି ତା ନାଁରେ ଲିଜ୍ ଦିଆଯିବ। ଖୁବଶୀଘ୍ର କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଏହାର ରିଂ ବିଡିଂ ପ୍ରକ୍ରିୟା ଚୂଡ଼ାନ୍ତ କରିପାରନ୍ତି ବୋଲି କହିଛନ୍ତି ଗ୍ରୀଡକୋ ସିଜିଏମ୍ ୟୁ.ଏନ୍ ମିଶ୍ର।

ଭେଡ଼ବାହାଲ୍ ଅଲଟ୍ରା ମେଗା ପାୱାର ପ୍ଲାଣ୍ଟ୍ ପାଇଁ ୨୦୦୮ରେ ଓଡ଼ିଶା ଇଣ୍ଟିଗ୍ରେଟେଡ ପାୱାର ଲିମିଟେଡ୍ ନାଁରେ ଏସପିଭି ବା ସ୍ପେଶାଲ ପର୍ପଜ୍ ଭେଇକିଲ୍ ଗଠନ ହୋଇଥିଲା। ଏହାକୁ ୮୮୦ ମିଲିୟନ୍ ଟନର ୩ଟି କୋଲ୍ ବ୍ଲକ୍ ମିନାକ୍ଷୀ, ମିନାକ୍ଷୀ-ବି ଓ ଡିପ୍ ସାଇଡ୍ ମିନାକ୍ଷୀ ଦିଆଯାଇଥିଲା। ୨୦୧୧ ଅକ୍ଟୋବରରେ ପ୍ଲାଣ୍ଟ୍ ପାଇଁ ହୋଇଥିବା ବିଡିଂରେ ଆଦାନୀ ପାୱାର, ଜିନ୍ଦଲ ପାୱାର, ଏଲ୍ ଆଣ୍ଡ ଟି, ଟାଟା ପାୱାର, ଏନଏଚପିସି, ‌ଏନଟିପିସି ପରି ୨୦ଟି କମ୍ପାନୀ ଭାଗ ନେଇଥିଲେ। ତେବେ  ପ୍ଲାଣ୍ଟ ଡିଜାଇନ୍, ନିର୍ମାଣ, ଆର୍ଥିକ ବ୍ୟାପାର, କାର୍ଯ୍ୟ ପ୍ରଣାଳୀ, ଟ୍ରାନସଫର୍ ମଡେଲକୁ ନେଇ ଆପତ୍ତି ଉଠାଇ ବିଡିଂରୁ ଘରୋଇ କମ୍ପାନୀମାନେ ଓହରି ଯାଇଥିଲେ। ଏବେ ବିଡିଂ ସର୍ତ୍ତରେ ରାଜ୍ୟ ସରକାର କିଛି ପରିବର୍ତ୍ତନ ପାଇଁ ଯୁକ୍ତି ରଖିଥିବାରୁ ଏହା ଏସବୁ କମ୍ପାନୀକୁ ଆକୃଷ୍ଟ କରିପାରେ ବୋଲି ଆଶା କରାଯାଉଛି।

ଭେଡବାହାଲ ପ୍ଲାଣ୍ଟ୍ ପାଇଁ ୩ ହଜାର ୨୪୬ ଏକର ଜମି ଦରକାର। ଏଥିରୁ ୨ ହଜାର ୭୩୩ ଏକର ଘରୋଇ ଜମି ରହିଛି। ଘରୋଇ ଜମି ଅଧିଗ୍ରହଣ ପାଇଁ ଖର୍ଚ୍ଚ ହେବ ୭୧୮ କୋଟି।  ଏଥିରୁ ପ୍ରଭାବିତଙ୍କୁ  ୯୧ ପ୍ରତିଶତ ଦିଆସରିଛି।

Related story