୪୦ ତଳକୁ କିଛି ପରିବା ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିବା ଆକାଶରେ ଲାଗିଛି ନିଆଁ। ହୁ ହୁ ହୋଇ ବଢୁଛି ପରିବା ଦର। ଗତ କିଛିଦିନ ଭିତରେ ସବୁ ପରିବାର ଦର ୨ ଗୁଣ ବଢି ଯାଇଛି। ବାହାର ରାଜ୍ୟରୁ ପରିବା ଆସୁଥିବାରୁ ଦର ବଢୁଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ଏହାକୁ ନେଇ ଚିନ୍ତାରେ ଖାଉଟି। ଅନ୍ୟପକ୍ଷରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ଆସନ୍ତା ୧୦ରୁ ୧୫ ଦିନ ଭିତରେ କମିବ ପିଆଜ ଦର। କିଛିଦିନ ତଳେ ସମସ୍ତ ପରିବା […]

pariba

Rakesh Mallick
  • Published: Friday, 06 July 2018
  • , Updated: 06 July 2018, 06:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିବା ଆକାଶରେ ଲାଗିଛି ନିଆଁ। ହୁ ହୁ ହୋଇ ବଢୁଛି ପରିବା ଦର। ଗତ କିଛିଦିନ ଭିତରେ ସବୁ ପରିବାର ଦର ୨ ଗୁଣ ବଢି ଯାଇଛି। ବାହାର ରାଜ୍ୟରୁ ପରିବା ଆସୁଥିବାରୁ ଦର ବଢୁଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ଏହାକୁ ନେଇ ଚିନ୍ତାରେ ଖାଉଟି। ଅନ୍ୟପକ୍ଷରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ଆସନ୍ତା ୧୦ରୁ ୧୫ ଦିନ ଭିତରେ କମିବ ପିଆଜ ଦର।

କିଛିଦିନ ତଳେ ସମସ୍ତ ପରିବା କିଲୋ ପ୍ରତି ୨୦ ରୁ ୨୫ ଟଙ୍କା ଥିଲା। ଏବେ ଅଧିକାଂଶ ପରିବା ଦର ୪୦ ଉପରେ ରହିଛି। ଆଜି ଭୁବନେଶ୍ୱର ୧ ନମ୍ବର ହାଟରେ ବାଇଗଣ କିଲୋ ୩୦ ରୁ ୪୦, ପୋଟଳ ୪୦ରୁ ୫୦, ସଜନା ଛୁଇଁ ୮୦, ବିନସ୍ ୮୦ ରୁ ୧୦୦, କ୍ୟାପ୍‌ସିକମ ୧୪୦, ଦେଶୀଆଳୁ ୪୦, ବନ୍ଧାକୋବି ୨୦ ଓ ଫୁଲକୋବି ଗୋଟା ୩୫ ରୁ ୫୦ରହିଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ମଧ୍ୟବିତ୍ତ ପରିବାରକୁ ଏହା ବାଧୁଛି। ରାଜ୍ୟରେ ବର୍ଷା ପାଇଁ ପରିବା ଉତ୍ପାଦନ କମିଛି।

ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ଦର ନିୟନ୍ତ୍ରଣ ପାଇଁ ପିଆଜ ବିକ୍ରିରେ କଣ୍ଟ୍ରୋଲ ଅର୍ଡର ଲାଗୁ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଟକରେ ୫୦୦ କ୍ୱିଣ୍ଟାଲରୁ ଅଧିକ ପିଆଜ ରଖି ପାରିବେନି ବ୍ୟବସାୟୀ। ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ବ୍ୟବସାୟୀ ସର୍ବାଧିକ ୩୫୦ କ୍ୱିଣ୍ଟାଲ ରଖିପାରିବେ। ରାଉରକେଲା, ବ୍ରହ୍ମପୁର ବ୍ୟବସାୟୀଙ୍କ ପାଇଁ ବି ୩୫୦ କ୍ୱିଣ୍ଚାଲ ଧାର୍ଯ୍ୟ କରାଯାଇଛି। ଅନ୍ୟ ସହରରେ ସର୍ବାଧିକ ୧୫୦ କ୍ୱିଣ୍ଟାଲ ପିଆଜ ରଖିପାରିବେ ବ୍ୟବସାୟୀ।”

Related story