‘ଶଟ୍‌ଡାଉନ୍‌ ବେଳେ ସହରକୁ ଗାଡ଼ିମୋଟର ପ୍ରବେଶ ମନା ଓ ପେଟ୍ରୋଲ ପମ୍ପ ବନ୍ଦ ରହିବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଗୋଟିଏ ଦିନରେ କଟକରୁ ଜଣେ ଓ ଭୁବନେଶ୍ୱରରୁ ୩ ଜଣ ‘କରୋନା’ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିପାଇଁ ରାଜ୍ୟ ସରକାର ଉଭୟ ଭୁବନେଶ୍ୱର ଓ କଟକ ମହାନଗର ଅଞ୍ଚଳ ସମେତ ଭୁବନେଶ୍ୱର ଉପକଣ୍ଠରେ ଥିବା ୧୮ଟି ପଞ୍ଚାୟତରେ ଶଟଡାଉନ୍ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ୪୮ଘଣ୍ଟା ଢ଼ଧ୍ୟରେ ଉଭୟ କଟକ ଓ ଭୁବନେଶ୍ୱର ସହର ଭିତରକୁ କୌଣସି ଗାଡ଼ିମୋଟର ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ […]

commi

Manoranjan Sial
  • Published: Friday, 03 April 2020
  • , Updated: 03 April 2020, 08:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଗୋଟିଏ ଦିନରେ କଟକରୁ ଜଣେ ଓ ଭୁବନେଶ୍ୱରରୁ ୩ ଜଣ ‘କରୋନା’ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିପାଇଁ ରାଜ୍ୟ ସରକାର ଉଭୟ ଭୁବନେଶ୍ୱର ଓ କଟକ ମହାନଗର ଅଞ୍ଚଳ ସମେତ ଭୁବନେଶ୍ୱର ଉପକଣ୍ଠରେ ଥିବା ୧୮ଟି ପଞ୍ଚାୟତରେ ଶଟଡାଉନ୍ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ୪୮ଘଣ୍ଟା ଢ଼ଧ୍ୟରେ ଉଭୟ କଟକ ଓ ଭୁବନେଶ୍ୱର ସହର ଭିତରକୁ କୌଣସି ଗାଡ଼ିମୋଟର ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି।

ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ଟ୍ୱିନସିଟି ପୁଲିସ୍ କମିଶନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, କୌଣସି ଗାଡ଼ିକୁ ସହର ଭିତରକୁ ଯିବନି କି ବାହାରକୁ ଛଡ଼ା ଯିବନାହିଁ। ଏହି ସମୟରେ ଉଭୟ ଭୁବନେଶ୍ୱର ଓ କଟକ ସହରକୁ କୌଣସି ଗାଡ଼ି ମୋଟର ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ୨ଦିନ ଧରି ସହରର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଆସନ୍ତାକାଲି ବ୍ୟାଙ୍କ ମଧ୍ୟ ବନ୍ଦ ରହିବ। ୪୮ଘଣ୍ଟାର ଶଟଡାଉନବେଳେ ବାହାରକୁ ବାହାରନ୍ତୁ ନାହିଁ। ନିହାତି ଆବଶ୍ୟକ ନହେଲେ ହସ୍ପିଟାଲ ଯାଆନ୍ତୁ ନାହିଁ। ଡାକ୍ତରଙ୍କ ସହ ଟେଲିଫୋନ୍ ମାଧ୍ୟମରେ ପରାମର୍ଶ କରନ୍ତୁ। ଯଦି ଆପଣଙ୍କ ହସ୍ପିଟାଲ ଆସିବା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦିଅନ୍ତି ତା’ହେଲେ ସମ୍ପୃକ୍ତ ଡାକ୍ତରଙ୍କ ଫୋନ୍ ଆଧାରରେ ଆମ୍ବୁଲାନ୍ସକୁ ଯିବାକୁ ଅନୁମତି ମିଳିବ ବୋଲି ଶ୍ରୀ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି।

ସେହିପରି କରୋନା ଗାଇଡଲାଇନ ପାଳନ କରିନଥିବାରୁ ମହାନଗର ନିଗମ ପକ୍ଷରୁ ଇନଫୋସିଟି ଥାନାରେ ପ୍ରଶାନ୍ତି ବିହାରର ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏକ ସପିଂ ମଲରେ କାମ କରୁଥିବା ସମ୍ପୃକ୍ତ ବ୍ୟକ୍ତି ମାର୍ଚ୍ଚ ୨୩ତାରିଖରେ ଦିଲ୍ଲୀରୁ ଫେରିଥିଲେ ମଧ୍ୟ ୧୦୪ରେ ପଞ୍ଜିକରଣ କରିନଥିଲେ। ଏପରିକି ସେ କ୍ୱାରେଣ୍ଟାଇନରେ ନରହି ଡ୍ୟୁଟି କରିଥିଲେ। ସ୍ଥାନୀୟ ଲୋକ ଓ ସପିଙ୍ଗ୍ ମଲର ଅଭିଯୋଗ ପରେ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସମ୍ପୃକ୍ତ ବ୍ୟକ୍ତ ଓ ତାଙ୍କ ପରିବାରକୁ କ୍ୱାରେଣ୍ଟାଇନକୁ ସ୍ଥାନାନ୍ତର କରାଯିବା ସହ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

Related story