ରାଜ୍ୟରେ ଭେଣ୍ଟିଲେଟର ଓ ଅକ୍ସିଜେନ ବେଡ୍ ୬୦ ପ୍ରତିଶତ ଖାଲି ଅଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ରାଜ୍ୟରେ ବର୍ତ୍ତମାନ କୋଭିଡ ପାଇଁ ସାଧାରଣ ବେଡ୍ ୩୯ ପ୍ରତିଶତ ଫିଲ୍ ଅଫ୍ ଅଛି । ବାକି ୬୧ ପ୍ରତିଶତ ଖାଲି ଅଛି  । ସେହିପରି ଭେଣ୍ଟିଲେଟର ଓ ଅକ୍ସିଜେନ ବେଡ୍ ୬୦ ପ୍ରତିଶତ ଅଛି । ତଥାପି ନୂଆକରି ୫-୬ଟି ଜାଗାରେ ସିସିସି, ଡିସିଏସ୍ପି, ଡିଡିଏସ୍ ବୃଦ୍ଧି କରାଯାଇଛି।  ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତୃତୀୟ ଲହରିରେ ଶିଶୁମାନେ ଆକ୍ରାନ୍ତ ହେବାର ଆଶଙ୍କା ପ୍ରକାଶ କରାଯାଉଥିବାରୁ ଏଥିପାଇଁ ଆଗୁଆ […]

VENTiLATOR

Tapas Behera
  • Published: Friday, 04 June 2021
  • , Updated: 04 June 2021, 04:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ରାଜ୍ୟରେ ବର୍ତ୍ତମାନ କୋଭିଡ ପାଇଁ ସାଧାରଣ ବେଡ୍ ୩୯ ପ୍ରତିଶତ ଫିଲ୍ ଅଫ୍ ଅଛି । ବାକି ୬୧ ପ୍ରତିଶତ ଖାଲି ଅଛି  । ସେହିପରି ଭେଣ୍ଟିଲେଟର ଓ ଅକ୍ସିଜେନ ବେଡ୍ ୬୦ ପ୍ରତିଶତ ଅଛି । ତଥାପି ନୂଆକରି ୫-୬ଟି ଜାଗାରେ ସିସିସି, ଡିସିଏସ୍ପି, ଡିଡିଏସ୍ ବୃଦ୍ଧି କରାଯାଇଛି।  ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତୃତୀୟ ଲହରିରେ ଶିଶୁମାନେ ଆକ୍ରାନ୍ତ ହେବାର ଆଶଙ୍କା ପ୍ରକାଶ କରାଯାଉଥିବାରୁ ଏଥିପାଇଁ ଆଗୁଆ ପ୍ରସ୍ତୁତି କରାଯାଇଥିବା ସେ ସୂଚନା ଦେଇଛନ୍ତି । ୧୮ରୁ ୪୫ ବୟସ ମଧ୍ୟରେ ଦିଆଯାଉଥିବା ଟିାକକୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବା ନେଇ କେନ୍ଦ୍ର ନିଷ୍ପତ୍ତି ନେବ । ଜୁନ ଦ୍ୱିତୀୟ ସପ୍ତାହ ବେଳକୁ କରୋନା ନିୟନ୍ତ୍ରଣକୁ ଆସିଯିବ ବୋଲି ସେ ଅନୁମାନ କରିଛନ୍ତି।

ଅନ୍ୟପଟେ କରୋନା ମହାମାରୀ ସଂକ୍ରମଣ ଭିତରେ ରାଜ୍ୟ ସରକାର ଆଉ ୭୫୦ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୭୫୦ଜଣ ମେଡିକାଲ ଅଫିସରଙ୍କୁ ୭ଦିନ ମଧ୍ୟରେ ସେମାନଙ୍କୁ ନିଯୁକ୍ତି ମିଳିଥିବା ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେମାନଙ୍କୁ ନିର୍ଦ୍ଧାରିତ ଫର୍ମାଟରେ ଦାୟିତ୍ୱ ଗ୍ରହଣ କରିବା,ଭାରତୀୟ ସମ୍ବିଧାନ ପ୍ରତି ଆନୁଗତ୍ୟର ଶପଥ ନେବା, ବହୁବିବାହ କରିନଥିବାର ଘୋଷଣାପତ୍ର ଦେବା, ଭିନ୍ନକ୍ଷମ କିମ୍ବା ଅନୁସୂଚିତ ଜାତିଜନଜାତି ଓ ଏସଇବିସି ବର୍ଗର ହୋଇଥିଲେ ଜାତିଗତ ପ୍ରମାଣପତ୍ର ଦେବା ଏବଂ ନିଜର ବ୍ୟକ୍ତିଗତ ସୂଚନା ନିର୍ଦ୍ଧାରିତ ଫର୍ମାଟରେ ଚାକିରିରେ ଯୋଗ ଦେବାବେଳେ ଦାଖଲ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related story