ରାତି ୭ରୁ ୧୧ଟା ଭିତରେ ଲ୍ୟାଣ୍ଡଫଲ୍ କରିବ ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଉଛି ବାତ୍ୟା ‘ବୁଲ୍‌ବୁଲ୍‌’। ଏବେ ଦୀଘାରୁ ୮୦ କିମି ଦୂରରେ ଗତି କରୁଛି। ଘଣ୍ଟାକୁ ୮ରୁ ୯କିମି ଗତିରେ ଆଗକୁ ବଢୁଛି। ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ଆଜି ରାତିରେ ରାତି ୭ଟାରୁ ୧୧ଟା ମଧ୍ୟରେ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ଲ୍ୟାଣ୍ଡଫଲ୍ କରିବ। ଏନେଇ ସୂଚନା ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା। ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ପ୍ରବଳ ବେଗରେ ପବନ […]

bulbul-land-fall-in-7-to-11-night

Manoranjan Sial
  • Published: Saturday, 09 November 2019
  • , Updated: 09 November 2019, 06:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଉଛି ବାତ୍ୟା ‘ବୁଲ୍‌ବୁଲ୍‌’। ଏବେ ଦୀଘାରୁ ୮୦ କିମି ଦୂରରେ ଗତି କରୁଛି। ଘଣ୍ଟାକୁ ୮ରୁ ୯କିମି ଗତିରେ ଆଗକୁ ବଢୁଛି। ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ଆଜି ରାତିରେ ରାତି ୭ଟାରୁ ୧୧ଟା ମଧ୍ୟରେ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ଲ୍ୟାଣ୍ଡଫଲ୍ କରିବ। ଏନେଇ ସୂଚନା ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା।

ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ପ୍ରବଳ ବେଗରେ ପବନ ବୋହୁଥିବାରୁ ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ବ୍ୟାପକ ନଷ୍ଟ ହୋଇଛି। ଗଛ ଓ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଭାଙ୍ଗି ପଡ଼ିଛି। ତେବେ ପୂର୍ବରୁ ମୁତୟନ ଥିବା ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ଜଗତସିଂହପୁରରେ ସବୁ ରାସ୍ତା ସଫା ହୋଇଛି। ଗୋଟିଏ ଫିଡର ଛାଡ଼ି ଜିଲ୍ଲା ସବୁ ସ୍ଥାନକୁ ବିଜୁଳି ସଂଯୋଗ ଦିଆଯାଇଛି। କେନ୍ଦ୍ରାପଡ଼ାରେ ୯ ବ୍ଲକରେ ବିଜୁଳି ପୁନର୍ବାହାଲ ହୋଇଛି। ୨ଟି ବ୍ଲକରେ କାଲି ବିଦ୍ୟୁତ ସଂଯୋଗ ଦିଆଯିବ। ଭଦ୍ରକରେ ୫୦% ବିଜୁଳି ପୁନର୍ବାହାଲ ହୋଇଛି। ବାକି କାଲି ହୋଇଯିବ। ବାଲେଶ୍ୱରରେ ଆଜି ରାତି ସୁଦ୍ଧା ସବୁ ପୁନର୍ବାହାଲ କାମ ସରିଯିବ। କାଲି ସଂଧ୍ୟା ସୁଦ୍ଧା ସବୁ ଜାଗାରେ ବିଜୁଳି ପୁନର୍ବାହାଲ ହୋଇଯିବ। ବିଭିନ୍ନ ଜିଲ୍ଲାରେ ମୋଟ୍‌ ୩୫ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ୬ ଲକ୍ଷ ହେକ୍ଟର ଜମିରୁ ୩୦/୪୦% କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦେଇଛନ୍ତି ଏସ୍‌ଆର୍‌ସି।

Related story