‘ଖୁବ୍‌ଶୀଘ୍ର ପେଟ୍ରୋଲ୍‌ ପମ୍ପରେ ସ୍ୱାଭାବିକ ହେବ ଅନ୍‌ଲାଇନ୍‌ କାରବାର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ପ୍ରଭାବିତ ଅଞ୍ଚଳରେ ତୈଳ ବିକ୍ରି ବ୍ୟବସ୍ଥା ସ୍ୱାଭାବିକ ହେଉଛି। ଖୁବ୍‌ଶୀଘ୍ର ପେଟ୍ରୋଲ୍‌ ପମ୍ପଗୁଡ଼ିକରେ ଅନ୍‌ଲାଇନ୍‌ କାରବାର ମଧ୍ୟ ସ୍ୱାଭାବିକ ହେବ। ଖୋର୍ଦ୍ଧା, କଟକ ଓ ପୁରୀରେ ପେଟ୍ରୋଲ୍‌, ଡିଜେଲ୍‌ ଏବଂ ଏଲ୍‌ପିଜି ଯୋଗାଣର ସ୍ଥିତି ସମୀକ୍ଷା କରିବା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଖୋର୍ଦ୍ଧା, କଟକ ଓ ପୁରୀ ଅଞ୍ଚଳରେ ତିନୋଟି କମ୍ପାନୀର ମୋଟ ୨୩୪ଟି ପେଟ୍ରୋଲ୍ ପମ୍ପ୍ ରହିଛି। ଆଜି ସୁଦ୍ଧା ୨୩୨ […]

dpmmm

Tapaswini Nayak
  • Published: Friday, 10 May 2019
  • , Updated: 10 May 2019, 02:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ପ୍ରଭାବିତ ଅଞ୍ଚଳରେ ତୈଳ ବିକ୍ରି ବ୍ୟବସ୍ଥା ସ୍ୱାଭାବିକ ହେଉଛି। ଖୁବ୍‌ଶୀଘ୍ର ପେଟ୍ରୋଲ୍‌ ପମ୍ପଗୁଡ଼ିକରେ ଅନ୍‌ଲାଇନ୍‌ କାରବାର ମଧ୍ୟ ସ୍ୱାଭାବିକ ହେବ। ଖୋର୍ଦ୍ଧା, କଟକ ଓ ପୁରୀରେ ପେଟ୍ରୋଲ୍‌, ଡିଜେଲ୍‌ ଏବଂ ଏଲ୍‌ପିଜି ଯୋଗାଣର ସ୍ଥିତି ସମୀକ୍ଷା କରିବା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଖୋର୍ଦ୍ଧା, କଟକ ଓ ପୁରୀ ଅଞ୍ଚଳରେ ତିନୋଟି କମ୍ପାନୀର ମୋଟ ୨୩୪ଟି ପେଟ୍ରୋଲ୍ ପମ୍ପ୍ ରହିଛି। ଆଜି ସୁଦ୍ଧା ୨୩୨ ପେଟ୍ରୋଲ୍ ପମ୍ପ୍ କାର୍ଯ୍ୟକ୍ଷମ ହୋଇଛି। ବାକି ୨ଟି ପେଟ୍ରୋଲ୍ ପମ୍ପ୍ ଆସନ୍ତାକାଲି ସୁଦ୍ଧା କାର୍ଯ୍ୟକ୍ଷମ ହୋଇଯିବ। ୮ଟି ମୋବାଇଲ୍ ଟ୍ୟାଙ୍କର ଯୋଗେ ଡିଜେଲ୍ ଓ ପେଟ୍ରୋଲ୍‌ ବିତରଣ କରାଯାଉଛି। ୮ଟି ସ୍ୱତନ୍ତ୍ର ଗାଡ଼ି ଯୋଗେ ମଧ୍ୟ ତୈଳ ଯୋଗାଣ ବ୍ୟବସ୍ଥା ହୋଇଛି।”

ଧର୍ମେନ୍ଦ୍ର କହିଛନ୍ତି,“ ପୁରୀ ସହରରେ ଏବେ ବି ଚାପ ରହିଛି। ପେଟ୍ରୋଲ ପମ୍ପରେ ଦୁଇ ଚକିଆ ଗାଡ଼ି ଗୁଡ଼ିକର ଲମ୍ବା ଲାଇନ୍‌ ଲାଗୁଛି। ବ୍ରହ୍ମଗିରି, ନିମାପଡ଼ା ଓ ସତ୍ୟବାଦୀ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେଲାଣି। ଏପ୍ରିଲ ମାସର ରେକର୍ଡ ଅନୁସାରେ ପୁରୀ ଜିଲ୍ଲାରେ ପ୍ରତିଦିନ ୩ଲକ୍ଷ ଲିଟର ପେଟ୍ରୋଲ୍‌ ଓ ଡିଜେଲ୍‌ ବିକ୍ରି ହେଉଥିଲା। ଗତକାଲିର ରିପୋର୍ଟ ଅନୁସାରେ ଜିଲ୍ଲାରେ ୩ ଲକ୍ଷ ଲିଟର ପେଟ୍ରୋଲ୍‌ ଓ ଡିଜେଲ୍‌ ବିକ୍ରି ହେଲାଣି।”

‘ଫୋନି’ରେ ୨୩୪ ପେଟ୍ରୋଲ ପମ୍ପରୁ ୨୦୦ ପେଟ୍ରୋଲ ପମ୍ପ କ୍ଷତିଗସ୍ତ ହୋଇଥିଲା। ଏହି ପେଟ୍ରୋଲ ପମ୍ପ ଗୁଡ଼ିକର ପୂର୍ଣ୍ଣାଙ୍ଗ କାମ ବର୍ଷା ଦିନ ପୂର୍ବରୁ କରିବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି,“ପୁରୀ ଜିଲ୍ଲାରେ ୩୪ବିତରକ, ଖୋର୍ଦ୍ଧାରେ ୬୯ ଓ କଟକ ଜିଲ୍ଲାରେ ୫୯ ବିତରଙ୍କୁ ଏଲ୍‌ପିଜି ସିଲିଣ୍ଡର ବିକ୍ରି ଦାୟିତ୍ୱ ଦିଆଯାଇଛି। ପୁରୀ ଜିଲ୍ଲାରେ ପ୍ରତ୍ୟେକ ଦିନ ୪୦୦୦ ସିଲିଣ୍ଡର ବିକ୍ରି ହେଉଥିଲା। ଗତକାଲି ରିପୋର୍ଟ ଅନୁସାରେ ଏବେ ୫,୭୦୦ ସିଲିଣ୍ଡର ବିକ୍ରି ହେଉଛି। ଖୋର୍ଦ୍ଧା ଜିଲ୍ଲାରେ ପ୍ରତ୍ୟେକ ଦିନ ୧୩ ହଜାର ସିଲିଣ୍ଡର ବିକ୍ରି ହେଉଥିଲା ବେଳେ ଏବେ ୧୬ ହଜାର ସିଲିଣ୍ଡର ବିକ୍ରି ହେଉଛି। ସେହିପରି କଟକରେ ପ୍ରତ୍ୟେକ ଦିନ ୯,୩୦୦ ସିଲିଣ୍ଡର ବିକ୍ରି ହେଉଥିଲା ବେଳେ ଏବେ ୧୧,୧୦୦ ଏଲ୍‌ପିଜି ସିଲିଣ୍ଡର ବିକ୍ରି ହେଉଛି।”

ସେ ଆହୁରି କହିଛନ୍ତି,“ପ୍ରଚୁର ପରିମାଣରେ କିରୋସିନି ମହଜୁଦ୍ ଅଛି। ସରକାର ଚାହିଁଲେ ବାତ୍ୟା ପ୍ରଭାବିତଙ୍କୁ ରିଲିଫ୍ ଆକାରରେ କିରୋସିନି ବଣ୍ଟନ କରିପାରିବେ।”

Related story