ଚିଲିକା ମଝିରେ ଅଟକିଲା ଭସାପୋଲ

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ଚିଲିକାର ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟକୁ ଯାଉଥିବା ଏକ ଫେରି(ଭସାପୋଲ) ସାତପଡ଼ା ଘାଟଠାରୁ ମାତ୍ର ୨୦୦ ମିଟର ଯିବା ପରେ ଏହା ଅଟକି ଯାଇଥିଲା। ଫଳରେ ୨୦ ମିନିଟ୍‌ ଧରି ଯାତ୍ରୀ ଜଳବନ୍ଦୀ ହୋଇ ରହିଥିଲେ। ଆଉ ଏକ ଫେରି ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ଭସାପୋଲ ୧୦୦ରୁ ଅଧିକ ଯାତ୍ରୀ, ଦୁଇଟି କ୍ୟାଣ୍ଟର ଓ ୧୫ରୁ ଅଧିକ ବାଇକ୍ ଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭସାପୋଲଟି […]

ntg

Rakesh Mallick
  • Published: Wednesday, 16 May 2018
  • , Updated: 16 May 2018, 12:10 PM IST

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ଚିଲିକାର ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟକୁ ଯାଉଥିବା ଏକ ଫେରି(ଭସାପୋଲ) ସାତପଡ଼ା ଘାଟଠାରୁ ମାତ୍ର ୨୦୦ ମିଟର ଯିବା ପରେ ଏହା ଅଟକି ଯାଇଥିଲା। ଫଳରେ ୨୦ ମିନିଟ୍‌ ଧରି ଯାତ୍ରୀ ଜଳବନ୍ଦୀ ହୋଇ ରହିଥିଲେ। ଆଉ ଏକ ଫେରି ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା।

ଭସାପୋଲ ୧୦୦ରୁ ଅଧିକ ଯାତ୍ରୀ, ଦୁଇଟି କ୍ୟାଣ୍ଟର ଓ ୧୫ରୁ ଅଧିକ ବାଇକ୍ ଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭସାପୋଲଟି ଅଟକି ଯାଇଥିବା ଜଣାପଡ଼ିଛି।

ଆଜି ଚିଲିକାରେ ଅଧିକ ପବନ ହେଉଥିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଯାତ୍ରୀମାନେ କହିଛନ୍ତି। ଉକ୍ତ ଭସାପୋଲକୁ ଫେରାଇବାକୁ ଉଦ୍ୟମ ଚାଲିଛି।

 

Related story