୧୧୧ ମଧ୍ୟରୁ ୮୦ ନୂଆ ମୁହଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବହୁ ମାନସମନ୍ଥନ ପରେ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି କଂଗ୍ରେସ। ତେବେ ଏପର୍ଯ୍ୟନ୍ତ ଘୋଷିତ ୧୧୧ ମଧ୍ୟରୁ ୮୦ଟି ନୂଆ ମୁହଁ ଥିବାରୁ ପୁରୁଣା ନେତାଙ୍କ ଉପରେ ଦଳ ଭରସା କରିପାରିନଥିବା ସ୍ପଷ୍ଟ ହୋଇଛି । ଏପଟେ ଚତୁର୍ଥ ପର୍ଯ୍ୟାୟ ତାଲିକାରେ ବି ପରିବାରବାଦ୍ ଜଳ ଜଳ ହୋଇ ଦିଶୁଛି । ଅନେକ ସ୍ଥାନରେ ବାପା-ପୁଅ ଉଭୟଙ୍କୁ ଟିକେଟ ମିଳିଛି। ସେପଟେ ବାକି ଥିବା ଆସନଗୁଡ଼ିକରେ ବିଜେଡି ଓ ବିଜେପି ପ୍ରାର୍ଥୀ […]

hand-1

hand-1

Tapas Behera
  • Published: Friday, 29 March 2019
  • Updated: 29 March 2019, 08:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବହୁ ମାନସମନ୍ଥନ ପରେ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି କଂଗ୍ରେସ। ତେବେ ଏପର୍ଯ୍ୟନ୍ତ ଘୋଷିତ ୧୧୧ ମଧ୍ୟରୁ ୮୦ଟି ନୂଆ ମୁହଁ ଥିବାରୁ ପୁରୁଣା ନେତାଙ୍କ ଉପରେ ଦଳ ଭରସା କରିପାରିନଥିବା ସ୍ପଷ୍ଟ ହୋଇଛି । ଏପଟେ ଚତୁର୍ଥ ପର୍ଯ୍ୟାୟ ତାଲିକାରେ ବି ପରିବାରବାଦ୍ ଜଳ ଜଳ ହୋଇ ଦିଶୁଛି ।

ଅନେକ ସ୍ଥାନରେ ବାପା-ପୁଅ ଉଭୟଙ୍କୁ ଟିକେଟ ମିଳିଛି। ସେପଟେ ବାକି ଥିବା ଆସନଗୁଡ଼ିକରେ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରି ନ ଥିବାରୁ କଂଗ୍ରେସ ଛକାପଞ୍ଝାରେ ରହିଛି। ଆଜି ୨୦ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ୧୭ଟି ନୂଆ ମୁହଁ ଥିବା ବେଳେ ୭ ଲୋକସଭା ଆସନରେ ୬ ଜଣ ନୂଆ ଚେହେରାଙ୍କୁ ଦଳ ଟିକେଟ ଦେଇଛି। ସେହିପରି ଏଯାଏଁ ଘୋଷିତ ୧୧୧ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ୮୦ ଜଣଙ୍କୁ ଦଳ ନୂଆକରି ପ୍ରାର୍ଥୀ କରିଥିବା ବେଳେ ୧୫ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ରହିଛି ୧୨ ନୂଆ ମୁହଁ । ଚର୍ଚ୍ଚିତ ଚେହେରା ଭାବେ ପୁରୀରୁ ପିସିସି  ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଛି ।

ଗତଥରର ସାଂସଦ ପ୍ରାର୍ଥୀ ବିଭୁ ତରାଇଙ୍କୁ ଏଥର ତିର୍ତ୍ତୋଲରୁ ବିଧାୟକ ପ୍ରାର୍ଥୀ କରିଛି କଂଗ୍ରେସ । ତେବେ ୧୫ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ମାତ୍ର ଦୁଇ ଜଣ ମହିଳା ଅଛନ୍ତି। ଗୋଟିଏ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରାଯିବ ବୋଲି ପୂର୍ବରୁ ପିସିସି ସଭାପତି କହିଥିଲେ। ତେବେ ତାଲିକା ପ୍ରକାଶ ପାଇବା ପରେ ପରିବାରବାଦର ଛବି ଜଳଜଳ ହୋଇ ଦିଶୁଛି । ନରସିଂହ ମିଶ୍ର-ସମରେନ୍ଦ୍ର ମିଶ୍ର, ଭକ୍ତ ଦାସ-ସାଗର ଦାସ, ଜର୍ଜ ତିର୍କୀ-ଯୋଶେଫ ତିର୍କୀ ପରେ ଏବେ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱରରୁ ସାଂସଦ ପ୍ରାର୍ଥୀ କରିଛି କଂଗ୍ରେସ।

ସେହିପରି ପିସିସି ଉପସଭାପତି ଅନନ୍ତ ପ୍ରସାଦ ସେଠୀଙ୍କ ଝିଅ ମଧୁମିତା ସେଠୀଙ୍କୁ ଭଦ୍ରକ ଲୋକସଭା ଆସନରେ ଟିକେଟ ଦେଇଛି ଦଳ। ତେବେ ଜିତିବାର ସମ୍ଭାବନା ଓ ଦଳପ୍ରତି ଆନୁଗତ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କିଛି ଦଳୀୟ ନେତା ଯୁକ୍ତି ବାଢ଼ିଛନ୍ତି। ପ୍ରଥମ ତିନୋଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ  ପରେ କର୍ମୀ ଓ ଆଶାୟୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା ତେବେ ନୂଆ ତାଲିକା ପ୍ରକାଶ ପାଇବା ପରେ ସ୍ଥିତି କ’ଣ ହେଉଛି ଏବେ ତା’ ଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story