ଉପବାଚସ୍ପତିଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଉପବାଚସ୍ପତି ରଜନୀକାନ୍ତ ସିଂ କରେନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ସମେତ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ବେହେରା, ନାଉରୀ ନାଏକ, ଉମାକାନ୍ତ ସାମନ୍ତରାୟ, ପ୍ରଶାନ୍ତ ଜଗଦେବ,ଅଶୋକ ବଳ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ସଂକ୍ରମିତ ଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ପଦ୍ମିନୀ ଦିଆନ, […]

ynm

Tapas Behera
  • Published: Monday, 28 September 2020
  • , Updated: 28 September 2020, 06:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଉପବାଚସ୍ପତି ରଜନୀକାନ୍ତ ସିଂ କରେନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ସମେତ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ବେହେରା, ନାଉରୀ ନାଏକ, ଉମାକାନ୍ତ ସାମନ୍ତରାୟ, ପ୍ରଶାନ୍ତ ଜଗଦେବ,ଅଶୋକ ବଳ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ପୂର୍ବରୁ ସଂକ୍ରମିତ ଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ପଦ୍ମିନୀ ଦିଆନ, ବିଷ୍ଣୁବ୍ରତ ରାଉତରାୟ,ସୁକାନ୍ତ ନାୟକ, ଭାଗିରଥୀ ସେଠୀ ଓ ଦେବୀପ୍ରସାଦ ମିଶ୍ରଙ୍କ ଦେହରେ ଏବେସୁଦ୍ଧା କରୋନା ଲକ୍ଷଣ ରହିଥିବା ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ବିଧାନସଭା ପରିସରରେ ୧୪୫ଜଣ ବିଧାୟକଙ୍କ ବସିବା ନିମନ୍ତେ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏବେସୁଦ୍ଧା ପ୍ରାୟ ୫୩ ଜଣ ବିଧାୟକ କରୋନା ସଂକ୍ରମିତ ହୋଇସାରିଲେଣି।

ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ବିଧାୟକ, ବିଧାନସଭା କର୍ମଚାରୀ,ସାମ୍ବାଦିକ, ବିଧାୟକଙ୍କ ପିଏସଓ ଓ ଡ୍ରାଇଭରଙ୍କ କୋଭିଡ୍ ପରୀକ୍ଷା ବ୍ୟବସ୍ଥା ବିଧାନସଭା ପରିସରରେ କରାଯାଇଛି। ଶନିବାର,ରବିବାର ଓ ସୋମବାର ମିଶି ପ୍ରାୟ ପ୍ରାୟ ୧୨୦୦ଜଣଙ୍କ କୋଭିଡ୍ ନମୂନା ପରୀକ୍ଷା ହୋଇଥିବାବେଳେ ପ୍ରଥମଦିନରେ ୧୩୬ଜଣ, ଦ୍ୱିତୀୟ ଦିନରେ ୧୨ ବିଧାୟକଙ୍କ ସମେତ ୪୮ ଜଣ  କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଆଜି ହୋଇଥିବା କୋଭିଡ୍ ପରୀକ୍ଷା ରିପୋର୍ଟ ରାତି ୯ଟା ସୁଦ୍ଧା ମିଳିଯିବ ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ସୂଚନା ମିଳିଛି।

Related story