ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କେନ୍ଦ୍ରାପଡ଼ା ଏସ୍ପିଙ୍କ ଦବଙ୍ଗଗିରିର ଝଲକ ଆଜି ଦେଖିବାକୁ ମିଳିଛି। ତା' ସହିତ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ପୁଲିସ ବଡ଼ବାବୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। NEWS 18 ଓଡ଼ିଆ ପ୍ରତିନିଧି ଅଜେଶ ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା ବାରିମୂଳରେ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଛି।
ପାଟକୁରା ଉପ-ନିର୍ବାଚନର ରିପୋର୍ଟିଂ ପାଇଁ ଅଜେଶ ଯାଇଥିଲେ। ସେଠାରେ କୌଣସି କାରଣରୁ କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର ତାଙ୍କୁ ଦୁର୍ବ୍ୟବହାର କରିବା ସହ ହାତ ଉଠାଇଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ବେଳେ ଖବର ସଂଗ୍ରହ ବେଳେ ସାମ୍ବାଦିକ ଅଜେଶ ପୁଲିସ ଆକ୍ରୋଶର ଶିକାର ହୋଇଛନ୍ତି। ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପୂର୍ବରୁ ଜି ସାମ୍ବାଦିକ ଚନ୍ଦନ ପାଇକରାୟଙ୍କୁ ମଧ୍ୟ ସାଧାରଣ ନିର୍ବାଚନ ସମୟରେ କାକଟପୁରରେ ଆକ୍ରମଣ କରାଯାଇଥିଲା। ଶାସକ ଦଳର କର୍ମୀମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆସିଥିଲା। ତା’ପୂର୍ବରୁ ଓଟିଭି କ୍ରୀଡ଼ା ପ୍ରତିନିଧି ନିରଞ୍ଜନ ରେଡ୍ଡୀ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ କ୍ରୀଡ଼ା ସଚିବ ବିଶାଳ ଦେବ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ବାରମ୍ବାର ସାମ୍ବାଦିକଙ୍କୁ ଆକ୍ରମଣ ନେଇ ସାମ୍ବାଦିକଙ୍କ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।
https://youtu.be/2G4WbgWfNiI