ଅନୁଗୋଳ (ବିରଜା ପ୍ରସାଦ ଦାଶ): ଜଣେ ମହିଳାଙ୍କୁ ଅସଦାରଣ କରି ସର୍ବସମ୍ମୁଖରେ ଉଠ୍ବସ୍ ହେଲେ କଣ୍ଡକ୍ଟର। ଆଉ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବସ୍ଷ୍ଟାଣ୍ଡରେ ଘଟିଥିବା ଜଣାପଡ଼ିଛି।
ଅନୁଗୋଳରୁ ଆଠମଲ୍ଲିକ ଯାଉଥିବା ଶ୍ରୀରାମ ନାମକ ଏକ ଘରୋଇ ବସ୍ରେ ଗତକାଲି ଜଣେ ମହିଳା ତାଙ୍କ ପରିବାର ଲୋକଙ୍କ ସହ ଯାଉଥିଲେ। ସେମାନେ ଆଠମଲ୍ଲିକ ଯାଉଥିଲେ। ହେଲେ କଣ୍ଡକ୍ଟର ଚଳନ୍ତା ବସ୍ରେ ତାଙ୍କୁ ଅସଦାରଣ କରିଥିଲେ। ବସ୍ଟି ଆଠମଲ୍ଲିକ୍ ବସ୍ ଷ୍ଟାଣ୍ଡରେ ପହଞ୍ଚିବା ପରେ ସମ୍ପୃକ୍ତ ମହିଳା ସର୍ବସମ୍ମୁଖରେ କଣ୍ଡକ୍ଟରକୁ ତାଙ୍କ ଆଚରଣ ପାଇଁ କ୍ଷମା ମାଗିବାକୁ କହିଥିଲେ। ଏହା ସହ ସେ କଣ୍ଡକ୍ଟରକୁ ବସ୍ଉଠ୍ କରାଇଥିଲେ। ତେବେ ଏହି ଘଟଣା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରି ନଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।