ପୂର୍ବତନ ବିଜେଡି ବିଧାୟକଙ୍କ ଘରେ ପଶିଲା ଭିଜିଲାନ୍ସ

ଭବାନୀପାଟଣା (ରାଜକୁମାର ସିଂହଦେଓ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ତାଙ୍କର ଭବାନୀପାଟଣାର ନକଟିଗୁଡ଼ା ସ୍ଥିତ ବାସଭବନ ସହିତ ମଦନପୁର ରାମପୁରରେ ଥିବା ହୋଟେଲରେ ଚଢ଼ଉ ଚାଲିଛି। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ଏହି ସୂଚନା ଦେଇଛନ୍ତି। ଜୟପୁର ଭିଜିଲାନ୍ସ ଏସପିଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ଉ କରାଯାଇଛି। ଖବର ଲେଖାଯିବା ସୁଦ୍ଧା ଚଢ଼ଉ ଜାରି ରହିଥିବା ବେଳେ ଅନାମ ନାୟକଙ୍କ ମୋଟ […]

vigilance

Jyoshna Pradhan
  • Published: Friday, 17 January 2020
  • , Updated: 17 January 2020, 02:55 PM IST

ଭବାନୀପାଟଣା (ରାଜକୁମାର ସିଂହଦେଓ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ତାଙ୍କର ଭବାନୀପାଟଣାର ନକଟିଗୁଡ଼ା ସ୍ଥିତ ବାସଭବନ ସହିତ ମଦନପୁର ରାମପୁରରେ ଥିବା ହୋଟେଲରେ ଚଢ଼ଉ ଚାଲିଛି। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ଏହି ସୂଚନା ଦେଇଛନ୍ତି।

ଜୟପୁର ଭିଜିଲାନ୍ସ ଏସପିଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ଉ କରାଯାଇଛି। ଖବର ଲେଖାଯିବା ସୁଦ୍ଧା ଚଢ଼ଉ ଜାରି ରହିଥିବା ବେଳେ ଅନାମ ନାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇ ନାହିଁ। ଅନ୍ୟପକ୍ଷରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଘରେ ଭିଜିଲାନ୍ସ ଚଢ଼ଉକୁ ନେଇ ଦଳୀୟ ନେତାଙ୍କ ମନରେ ଛନକା ପଶିଛି। ୨୦୧୪ରେ ଅନାମ ନାୟକ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଆୟ ବହିର୍ଭୂତ ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଅନାମ ନାଏକ ପୂର୍ବରୁ ଜିଲ୍ଲାପାଳ ଅଫିସ କିରାଣୀ ରହିଥିଲେ । ଭିଜିଲାନ୍ସ ତଦନ୍ତରୁ ତାଙ୍କର ନକଟିଗୁଡାରେ ବାସଭବନ ସହ ମଦନପୁର ରାମପୁରସ୍ଥିତ ହୋଟେଲ, ଭବାନୀପାଟଣା ନକଟିଗୁଡାପଡ଼ାରେ  ତିନି ମହଲା କୋଠା ତଥା ମଦନପୁର  ରାମପୁରଠାରେ ସ୍ତ୍ରୀଙ୍କ ନାଁରେ ବିଦେଶୀ ମଦ ଦୋକାନ ଓ ଭବାନିପାଟଣାଠାରେ ନୂତନ ଭାବରେ ନିର୍ମାଣ ଚାଲିଥିବା ଜଣାଯାଇଛି। ପ୍ରାଥମିକ ତଦନ୍ତରୁ ସେ ଜଣେ କୋଟିପତି ବିଧାୟକ ବୋଲି ଜଣାପଡ଼ିଛି ।

Related story