ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଫରେଷ୍ଟର

ମୋହନା (ମିହିର ଯତି): ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ରାମଗିରି ବନାଞ୍ଚଳରେ କାର୍ଯ୍ୟରତ ଫରେଷ୍ଟର ଦିବାକର ଲେଙ୍କା। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାକୁ ଗିରଫ କରିଛନ୍ତି। ‘ତିତଲି’ ବାତ୍ୟାରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ବାତ୍ୟାରେ ବହୁ ଗଛ ଭାଙ୍ଗି ରାସ୍ତା କଡ଼ରେ ପଡି ଥିଲା। ତେବେ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ଗୋଟିଏ କାଠ ଗଣ୍ଡିଟିକୁ ମଙ୍ଗରାଜପୁର ଗାଁର କୃଷ୍ଣଚନ୍ଦ୍ର କାର୍ଜୀ ମେଶିନ […]

vigilance-raid-in-mohana

Manoranjan Sial
  • Published: Tuesday, 14 January 2020
  • , Updated: 14 January 2020, 10:39 PM IST

ମୋହନା (ମିହିର ଯତି): ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ରାମଗିରି ବନାଞ୍ଚଳରେ କାର୍ଯ୍ୟରତ ଫରେଷ୍ଟର ଦିବାକର ଲେଙ୍କା। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାକୁ ଗିରଫ କରିଛନ୍ତି।

‘ତିତଲି’ ବାତ୍ୟାରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ବାତ୍ୟାରେ ବହୁ ଗଛ ଭାଙ୍ଗି ରାସ୍ତା କଡ଼ରେ ପଡି ଥିଲା। ତେବେ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ଗୋଟିଏ କାଠ ଗଣ୍ଡିଟିକୁ ମଙ୍ଗରାଜପୁର ଗାଁର କୃଷ୍ଣଚନ୍ଦ୍ର କାର୍ଜୀ ମେଶିନ ସାହାଯ୍ୟରେ କାଟି ଘରକୁ ନେଉଥିଲେ। ଏ ସମ୍ପର୍କରେ ଜାଣିପାରି ଫରେଷ୍ଟର ଦିବାକର ଲେଙ୍କା ଚଢ଼ଉ କରି କାଠ ସହ ମେସିନ ଜନତ କରିଥିଲେ।

ଆଜି ମାମଲାକୁ ରଫାଦଫା କରିବା ପାଇଁ କୃଷ୍ଣଚନ୍ଦ୍ରଙ୍କୁ ଫରେଷ୍ଟର ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଡିଲ୍‌ ମୁତାବକ କୃଷ୍ଣଚନ୍ଦ୍ର ଆଜି ଅଫିସରେ ପହଞ୍ଚି ଫରେଷ୍ଟର ଦିବାକର ଲେଙ୍କାଙ୍କୁ ଲାଞ୍ଚ ଦେଉଥିଲେ। ଏହି ସମୟରେ ସାଦା ପୋଷାକରେ ଉପସ୍ଥିତ ଥିବା ବ୍ରହ୍ମପୁର ଭିଳିଲାନ୍ସ ବିଭାଗ ଡିଏସ୍‌ପି ହେନେରୀ କୁଲୁ ଓ ଇନ୍ସପେକ୍ଟର ସୋମନାଥ ବାରିକଙ୍କ ସମେତ ଏକ ଟିମ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ଏହାପରେ ଭିଜିଲାନ୍ସ ଟିମ୍‌ ଦିବାକରଙ୍କ ପାରଳାଖେମୁଣ୍ଡି ସ୍ଥିତ ବାସଭବନରେ ଚଢ଼ଉ କରି ଥିଲା।

Related story