ଧରାପଡ଼ିଲେ ଲାଞ୍ଚୁଆ ବିଡିଓ ବାବୁ

ସୁନ୍ଦରଗଡ଼ (ସତ୍ୟାନନ୍ଦ ମହାନ୍ତି): ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବ ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ କ୍ୱାର୍ଟର୍ସ ଓ ପୈତୃକ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡ଼ିଛି। ୧୧ ଲକ୍ଷ ଟଙ୍କାର ଏକ କାମ ମଞ୍ଜୁର ପାଇଁ ଝିରିପାଣି ପଞ୍ଚାୟତର ପ୍ରୋଜେକ୍ଟ ଅଫିସରଙ୍କଠାରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ବିଡ଼ିଓ ପ୍ରଶାନ୍ତ କୁମାର ରାଉତ ଦାବି କରିଥିଲେ। ଏନେଇ ସେ ଭିଜିଲାନ୍ସରେ […]

vigilance-officer

Manoranjan Sial
  • Published: Tuesday, 06 November 2018
  • , Updated: 06 November 2018, 04:23 PM IST

ସୁନ୍ଦରଗଡ଼ (ସତ୍ୟାନନ୍ଦ ମହାନ୍ତି): ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବ ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ କ୍ୱାର୍ଟର୍ସ ଓ ପୈତୃକ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡ଼ିଛି।

୧୧ ଲକ୍ଷ ଟଙ୍କାର ଏକ କାମ ମଞ୍ଜୁର ପାଇଁ ଝିରିପାଣି ପଞ୍ଚାୟତର ପ୍ରୋଜେକ୍ଟ ଅଫିସରଙ୍କଠାରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ବିଡ଼ିଓ ପ୍ରଶାନ୍ତ କୁମାର ରାଉତ ଦାବି କରିଥିଲେ। ଏନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ରାଉତଙ୍କୁ ଗିରଫ କରିଥିଲା। ଏଥିସହ ତାଙ୍କ କାର୍ଯ୍ୟାଳୟ, କ୍ୱାର୍ଟର୍ସ ଓ ଭଦ୍ରକ ସ୍ଥିତ ପୈତୃକ ଘରେ ଚଢ଼ଉ କରିଥିଲା।

Related story