ଆବାସ ଦୁର୍ନୀତିରେ ନିଲମ୍ୱିତ ହୋଇଥିଲେ, ଏବେ ଗିରଫ ହେଲେ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଆବାସ ଯୋଜନା ଟଙ୍କା ହେରଫେର୍‌ ଅଭିଯୋଗରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ନିଲମ୍ବିତ କିରାଣି ପ୍ରଭାକର ପ୍ରଧାନ ଗିରଫ। ଅର୍ଥ ହେରଫେର୍‌ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପ୍ରଭାକରଙ୍କ ସମେତ ୩ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି। ନିଲମ୍ବିତ କିରାଣି ପ୍ରଭାକର ପ୍ରଧାନ ୩୪ ଜଣ ଇନ୍ଦିରା ଆବାସ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବାକୁ ଥିବା ୨୦ ଲକ୍ଷ ୨୫ ହଜାର ଟଙ୍କା ନିଜ ସମ୍ପର୍କୀୟଙ୍କ ଖାତାକୁ ପଠାଇ ଦେଇଥିଲେ। ଏନେଇ ଅଭିଯୋଗ ହେବା […]

Balasore

Balasore

Manoranjan Sial
  • Published: Monday, 13 September 2021
  • Updated: 13 September 2021, 09:40 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଆବାସ ଯୋଜନା ଟଙ୍କା ହେରଫେର୍‌ ଅଭିଯୋଗରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ନିଲମ୍ବିତ କିରାଣି ପ୍ରଭାକର ପ୍ରଧାନ ଗିରଫ। ଅର୍ଥ ହେରଫେର୍‌ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପ୍ରଭାକରଙ୍କ ସମେତ ୩ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି।

ନିଲମ୍ବିତ କିରାଣି ପ୍ରଭାକର ପ୍ରଧାନ ୩୪ ଜଣ ଇନ୍ଦିରା ଆବାସ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବାକୁ ଥିବା ୨୦ ଲକ୍ଷ ୨୫ ହଜାର ଟଙ୍କା ନିଜ ସମ୍ପର୍କୀୟଙ୍କ ଖାତାକୁ ପଠାଇ ଦେଇଥିଲେ। ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ଟିମ୍‌ ଆଜି ତାଙ୍କ ବାଲେଶ୍ୱର ରାଣୀପାଟଣା ସ୍ଥିତ ଘର ସମେତ ୩ଟି ସ୍ଥାନରେ ଚଢ଼ଉ କରିଥିଲା। ୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ୪ଟି ଟିମ୍‌ ଭଦ୍ରକ ଓ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା। ଏହାସହ ଅଭିଯୁକ୍ତ ପ୍ରଭାକର ପ୍ରଧାନଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରିଥିଲା।

ପ୍ରଭାକର ପ୍ରଧାନଙ୍କ ସମେତ ତାଙ୍କ ପତ୍ନୀ, ମାଆ ଓ ଅନ୍ୟଜଣେ ସମ୍ପର୍କୀୟଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ପ୍ରଭାକର ଏମାନଙ୍କ ଆକାଉଣ୍ଟକୁ ୨୦ ଲକ୍ଷ ୨୫ ହଜା ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଥିଲା। ପ୍ରଭାକର ଭଦ୍ରକ ତିହିଡ଼ା ବ୍ଲକରେ କିରାଣି ଓ କ୍ୟାସିଅର ଥିବା ବେଳେ ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ଦୁର୍ନୀତି ହୋଇଥିଲା।

ପ୍ରଭାକର ଏବେ ବାସୁଦେବପୁର ବ୍ଲକର କିରାଣି ଥିବା ବେଳେ ଦୁଇ ଦିନ ପୂର୍ବରୁ ଭଦ୍ରକ ଜିଲ୍ଲାପାଳ ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos