ପୁଲିସ୍‌ ଘରେ ଚଢ଼ଉ

ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡିର ଦୁଇ ଜଣ କନଷ୍ଟେବଲ୍‌ଙ୍କ ଘରେ ଆଜି ଗଜପତି ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।

ଏହି ଦୁଇ କନଷ୍ଟେବଲ୍‌ ହେଲେ ରଞ୍ଜିତ ଲିମ୍ମା ଓ ତନୁଜ ସାବତ।

ରଞ୍ଜିତ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ୍‌ ସଂଘର ସଭାପତି ଥିବା ବେଳେ ତନୁଜ ସାବତ ପୁଲିସ ଆର.ଆଇ ଅଫିସ୍‌ରେ କାର୍ଯ୍ୟରତ ଅଛନ୍ତି।

ଭିଜିଲାନ୍ସ  ବିଭାଗ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଏହି ଚଢ଼ଉ କରାଯାଇଛି। ସେମାନଙ୍କର କେତେ ସମ୍ପତ୍ତି ଅଛି ତା’ର ହିସାବ ଚାଲିଛି।