ଭିଜିଲାନ୍ସ ଜାଲରେ ହେଡ କ୍ଲର୍କ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଖୋର୍ଦ୍ଧା: ଏଲ୍ଆଇ ପଏଣ୍ଟକୁ ବିଦ୍ୟୁତ ସଂଯୋଗ ପାଇଁ ଖୋର୍ଦ୍ଧା ସେସୁ ଡିଭିଜନ ହେଡ୍ କ୍ଲର୍କ ଜଣେ ଚାଷୀଙ୍କ ଠାରୁ ୨୫ଶହ ଟଙ୍କ। ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ଖୋର୍ଦ୍ଧାର ଜଙ୍କିଆ ଥାନା ଲକ୍ଷ୍ମୀନାରାୟଣପୁର ଗାଁର ସମୀର କୁମାର ଜେନାଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ଧରାପଡ଼ିଛନ୍ତି। ପୂର୍ବ ପ୍ରସ୍ତୁତି ଅନୁସାରେ ଭୁବନେଶ୍ୱର ଭିଜିଲାନ୍ସର ଏକ ଟିମ୍ ଲାଞ୍ଚ ନେବାବେଳେ ଚଢାଉ କରି ଏହି ଟଙ୍କ।କୁ ଜବତ କରିବା ସହ ରବିନ୍ଦ୍ରଙ୍କୁ ଗିରଫ କରିଛି। ଏହାସହ […]

vlcsnap-2015-05-31-07h26m15s154

Rakesh Mallick
  • Published: Sunday, 31 May 2015
  • , Updated: 31 May 2015, 02:01 AM IST

ଖୋର୍ଦ୍ଧା: ଏଲ୍ଆଇ ପଏଣ୍ଟକୁ ବିଦ୍ୟୁତ ସଂଯୋଗ ପାଇଁ ଖୋର୍ଦ୍ଧା ସେସୁ ଡିଭିଜନ ହେଡ୍ କ୍ଲର୍କ ଜଣେ ଚାଷୀଙ୍କ ଠାରୁ ୨୫ଶହ ଟଙ୍କ। ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ଖୋର୍ଦ୍ଧାର ଜଙ୍କିଆ ଥାନା ଲକ୍ଷ୍ମୀନାରାୟଣପୁର ଗାଁର ସମୀର କୁମାର ଜେନାଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ଧରାପଡ଼ିଛନ୍ତି। ପୂର୍ବ ପ୍ରସ୍ତୁତି ଅନୁସାରେ ଭୁବନେଶ୍ୱର ଭିଜିଲାନ୍ସର ଏକ ଟିମ୍ ଲାଞ୍ଚ ନେବାବେଳେ ଚଢାଉ କରି ଏହି ଟଙ୍କ।କୁ ଜବତ କରିବା ସହ ରବିନ୍ଦ୍ରଙ୍କୁ ଗିରଫ କରିଛି। ଏହାସହ ରବିନ୍ଦ୍ରଙ୍କ ଖୋର୍ଦ୍ଧା ସରକାରୀ ବାସଭବନ ଓ ନୟାଗଡ ବାସଭବନ ଉପରେ ଚଢାଉ କରାଯାଇଛି।

ଅନ୍ୟପକ୍ଷରେ ୫୦ ହଜାର ଟଙ୍କ। ଲାଞ୍ଚ ନେଉଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ବାଲିମେଳା ଏନ.ଏ.ସିର କାର୍ଯ୍ୟ ନିର୍ବାହି ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ ଠିକାଦରଙ୍କ ଠିକା କାମର ସିକ୍ୟୁରିଟି ବାବଦରେ ୫୦ହଜାର ଟଙ୍କ। ଲାଞ୍ଚ ନେଉଥିଲେ କାର୍ଯ୍ୟ ନିର୍ବାହି ଅଧିକାରୀ ଜୟଦେବ ଦାସ । ଏନେଇ ଅଭିଯୋଗ ପାଇବା ପରେ ଟଙ୍କ। ନେଉଥିବା ସମୟରେ ଭିଜଲାନସର ସ୍ୱତନ୍ତ୍ର ଟିମ ଲାଞ୍ଚ ଟଙ୍କ। ଜବତ କରି ତାଙ୍କୁ ଗିରଫ କରିଥିଲା।

Related story