ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ, ଘରୁ ୨.୭୪ ଲକ୍ଷ ଜବତ

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ  ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜୟନ୍ତଙ୍କ ବାସଭବନ ଓ ଅଫିସ୍‌ ସହ ୬ଟି  ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୨ ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଯାନ, ତିନିଟି  ବାଇକ୍ ଓ ସୁନାଗହଣା ଜବତ କରାଯାଇଛି। ଜୟନ୍ତଙ୍କର ନୟାଗଡ଼ […]

Seized Money

Tapaswini Nayak
  • Published: Saturday, 04 December 2021
  • , Updated: 04 December 2021, 02:54 PM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ  ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜୟନ୍ତଙ୍କ ବାସଭବନ ଓ ଅଫିସ୍‌ ସହ ୬ଟି  ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି।

ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୨ ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଯାନ, ତିନିଟି  ବାଇକ୍ ଓ ସୁନାଗହଣା ଜବତ କରାଯାଇଛି। ଜୟନ୍ତଙ୍କର ନୟାଗଡ଼ ଲେଙ୍କୁଡିପଦାରେ ଗୋଟିଏ ଚାରିମହଲା କୋଠା ରହିଛି। ସେହିପରି ଓଡଗାଁରେ ଦୁଇଟି ଦୁଇ ମହଲା ଘର ରହିଛି।

ଜୟନ୍ତ  ଦୀର୍ଘ ଦିନ ଧରି ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ବହୁ ବେନାମୀ ସମ୍ପତ୍ତିର ଅଧିକାରୀ ହୋଇଥିବା ଅଭିଯୋଗ ହୋଇଥିଲା। ବିଶେଷକରି ନୟାଗଡ଼ ଜିଲ୍ଲାର ସମସ୍ତ ରାଇସ ମିଲରଙ୍କ ସହ ତାଙ୍କର ଘନିଷ୍ଠତା ଥିବା ନେଇ ଅଭିଯୋଗ ହୋଇଥିଲା। ନିମ୍ନ ମାନର ଚାଉଳ ଓ ଗହମ ଯୋଗାଣ ସହ ସରକାରୀ ଅର୍ଥ ହଡ଼ପ କରିବା, ରାଇସ ମିଲର ମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ କରିବା ଓ ଯୋଗାଣ ବିଭାଗର ଟେଣ୍ଡର ଫିକ୍ସିଂ କରିବା ଭଳି ବହୁ ଅଭିଯୋଗ ତାଙ୍କ ନାଁରେ ହୋଇଥିଲା। ଚଳିତ ସପ୍ତାହରେ ଜୟନ୍ତ ଦାସଙ୍କର ନୟାଗଡ଼ରୁ ଅନ୍ୟତ୍ର ବଦଳି ହୋଇଥିବା ବେଳେ ଆଜି ଭିଜିଲାନ୍ସ ତାଙ୍କ ଘରେ ଚଢ଼ାଉ କରିଛି।

 

Related story