ଭିଜିଲାନ୍ସ ଜାଲ୍‌ରେ ଡିଏଫ୍‌ଓ

ବ୍ରହ୍ମପୁର/ଭଞ୍ଜନଗର(ଓଡ଼ିଶା ରିପୋର୍ଟର):ଭିଜିଲାନ୍ସ ଜାଲ୍‌ରେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଭଞ୍ଜନଗର ସ୍ଥିତ ଘୁମୁସର ଦକ୍ଷିଣ ବନଖଣ୍ଡ ଡିଏଫ୍‌ଓ ବିଜୟ କେତନ ଆଚାର୍ଯ୍ୟଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚାଲିଛି ଚଢ଼ାଉ। ଆଜି ସକାଳେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଛି ।

ଭଞ୍ଜନଗର ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ସମେତ କଟକ, ଭୁବନେଶ୍ୱର ଓ ପୁରୀରେ ଚାଲିଛି ଚଢ଼ାଉ। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି।