ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପେକ୍ସ ସଂପାଦକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ବଲାଙ୍ଗିର ସାଲେପାଲି ପେକ୍ସ ସଂପାଦକ ମସୁତ୍ ମହମ୍ମଦଙ୍କ ଘରେ ଏହି ରେଡ୍ ହୋଇଥିବା ସୂଚନା ମିଳିଛି । ସଂପାଦକଙ୍କ ବଲାଙ୍ଗିରର ସାଲେପାଲିଠାରେ ଥିବା ଘର ଏବଂ ଡୁବୁଲା ପେକ୍ସ ଅଫିସରେ ଏକକାଳୀନ ଚଢ଼ାଉ ହୋଇଛି।
ବଲାଙ୍ଗିର, ସୋନପୁର, ବରଗଡ଼ ଏଂ ସମ୍ବଲପୁରର ଭିଜିଲାନସ ଡିଭିଜନର ଟିମ୍ ଏହି ରେଡ୍ରେ ସାମିଲ ହୋଇଛନ୍ତି। ରେଡ୍ ପରେ ସମ୍ପତ୍ତିର ଆକଳନ କରାଯାଉଛି । ପେକ୍ସ ସଂପାଦକଙ୍କ ବାସଭବନ, ବ୍ୟାଙ୍କ ଆକାଉଣ୍ଟ, ସ୍ଥାବର-ଅସ୍ଥାବର ସଂପତ୍ତିକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।
[caption id="attachment_659192" align="aligncenter" width="650"] ଭିଜିଲାନ୍ସ ଅଧିକାରୀ ଯାଞ୍ଚ କରୁଛନ୍ତି।[/caption]
ଏନେଇ ଭିଜିଲାନ୍ସ ଅଧିକାରୀ ଦାଶରଥୀ ସେଠୀ କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସାଲେପାଲି ପେକ୍ସ ସଂପାଦକ ମସୁତ୍ ମହମ୍ମଦଙ୍କ ବାସ ଭବନ ଉପରେ ଚଢ଼ାଉ କରାଯାଇଛି । ମୋଟ ସମ୍ପତ୍ତି ଆକଳନ କରାଯାଉଛି। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।