ପେକ୍ସ ସଂପାଦକଙ୍କ ଘରେ ଭିଜିଲାନ୍ସ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପେକ୍ସ ସଂପାଦକଙ୍କ ଘରେ ଚଢ଼ାଉ କରିଛି  ଭିଜିଲାନ୍ସ। ବଲାଙ୍ଗିର ସାଲେପାଲି ପେକ୍ସ ସଂପାଦକ ମସୁତ୍ ମହମ୍ମଦଙ୍କ ଘରେ ଏହି ରେଡ୍ ହୋଇଥିବା ସୂଚନା ମିଳିଛି ।  ସଂପାଦକଙ୍କ ବଲାଙ୍ଗିରର ସାଲେପାଲିଠାରେ ଥିବା ଘର ଏବଂ ଡୁବୁଲା ପେକ୍ସ ଅଫିସରେ ଏକକାଳୀନ ଚଢ଼ାଉ ହୋଇଛି। ବଲାଙ୍ଗିର, ସୋନପୁର, ବରଗଡ଼ ଏଂ ସମ୍ବଲପୁରର ଭିଜିଲାନସ ଡିଭିଜନର ଟିମ୍‌ ଏହି ରେଡ୍‌ରେ ସାମିଲ ହୋଇଛନ୍ତି। ରେଡ୍ ପରେ ସମ୍ପତ୍ତିର ଆକଳନ […]

vigilance raid

Niharika Rout
  • Published: Friday, 16 July 2021
  • , Updated: 16 July 2021, 09:29 AM IST

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପେକ୍ସ ସଂପାଦକଙ୍କ ଘରେ ଚଢ଼ାଉ କରିଛି  ଭିଜିଲାନ୍ସ। ବଲାଙ୍ଗିର ସାଲେପାଲି ପେକ୍ସ ସଂପାଦକ ମସୁତ୍ ମହମ୍ମଦଙ୍କ ଘରେ ଏହି ରେଡ୍ ହୋଇଥିବା ସୂଚନା ମିଳିଛି ।  ସଂପାଦକଙ୍କ ବଲାଙ୍ଗିରର ସାଲେପାଲିଠାରେ ଥିବା ଘର ଏବଂ ଡୁବୁଲା ପେକ୍ସ ଅଫିସରେ ଏକକାଳୀନ ଚଢ଼ାଉ ହୋଇଛି।

ବଲାଙ୍ଗିର, ସୋନପୁର, ବରଗଡ଼ ଏଂ ସମ୍ବଲପୁରର ଭିଜିଲାନସ ଡିଭିଜନର ଟିମ୍‌ ଏହି ରେଡ୍‌ରେ ସାମିଲ ହୋଇଛନ୍ତି। ରେଡ୍ ପରେ ସମ୍ପତ୍ତିର ଆକଳନ କରାଯାଉଛି । ପେକ୍ସ ସଂପାଦକଙ୍କ ବାସଭବନ, ବ୍ୟାଙ୍କ ଆକାଉଣ୍ଟ, ସ୍ଥାବର-ଅସ୍ଥାବର ସଂପତ୍ତିକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

[caption id="attachment_659192" align="aligncenter" width="650"] ଭିଜିଲାନ୍ସ ଅଧିକାରୀ ଯାଞ୍ଚ କରୁଛନ୍ତି।[/caption]

ଏନେଇ ଭିଜିଲାନ୍ସ ଅଧିକାରୀ ଦାଶରଥୀ ସେଠୀ କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସାଲେପାଲି ପେକ୍ସ ସଂପାଦକ ମସୁତ୍ ମହମ୍ମଦଙ୍କ ବାସ ଭବନ ଉପରେ ଚଢ଼ାଉ କରାଯାଇଛି । ମୋଟ ସମ୍ପତ୍ତି ଆକଳନ କରାଯାଉଛି। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

Related story