ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରସ୍ଥିତ ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ମାନସ ସାମଲଙ୍କ ଘରେ ପଶିଛି ଭିଜିଲାନ୍ସ । ଆଜି ସକାଳୁ ସକାଳୁ ମାନସ ରଞ୍ଜନଙ୍କ ଅଫିସ ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ କରାଯାଉଛି। ମାନସ ସାମଲଙ୍କ ଭୁବନେଶ୍ୱରସ୍ଥିତ ଅଫିସ୍ ସମେତ କଟକର ଚମ୍ପତିପାଟଣାରେ ଥିବା ଘର, ସିଡିଏ ସେକ୍ଟର-୭ରେ ଥିବା ୩ ମହଲା ଘର, ସାଲେପୁରରେ […]

vigilance

vigilance

Niharika Rout
  • Published: Monday, 10 October 2022
  • Updated: 10 October 2022, 09:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରସ୍ଥିତ ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ମାନସ ସାମଲଙ୍କ ଘରେ ପଶିଛି ଭିଜିଲାନ୍ସ । ଆଜି ସକାଳୁ ସକାଳୁ ମାନସ ରଞ୍ଜନଙ୍କ ଅଫିସ ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ କରାଯାଉଛି।

ମାନସ ସାମଲଙ୍କ ଭୁବନେଶ୍ୱରସ୍ଥିତ ଅଫିସ୍ ସମେତ କଟକର ଚମ୍ପତିପାଟଣାରେ ଥିବା ଘର, ସିଡିଏ ସେକ୍ଟର-୭ରେ ଥିବା ୩ ମହଲା ଘର, ସାଲେପୁରରେ ଥିବା ଘର, ଜଟଣୀରେ ସୃଷ୍ଟି ଆପାର୍ଟମେଣ୍ଟରେ ଏକ ଫ୍ଲାଟ, ଜଗତସିଂହପୁର କୁଜଙ୍ଗରେ ଥିବା ସମ୍ପର୍କୀୟଙ୍କ  ଘରେ ଚଢ଼ାଉ ଚାଲିଛି। ଏହି ଚଢ଼ାଉରେ ୩ ଡିଏସ୍‌ପିଙ୍କ ସମେତ ୧୧ ଇନ୍ସପେକ୍ଟର, ୨ ସବ- ଇନ୍ସପେକ୍ଟର, ୫ ଏଏସଆଇ  ସାମିଲ ହୋଇଛନ୍ତି। ମାନସ ସାମଲ ପରିବାର ସହ ଜଟଣୀସ୍ଥିତ ଫ୍ଲାଟରେ ରହୁଥିବା ଜଣାଯାଇଛି।

ସେପଟେ ଭିଜିଲାନ୍ସ ସୂଚନା ମୁତାବକ, ସହକାରୀ ଯନ୍ତ୍ରୀ ମାନସ ସାମଲଙ୍କ ବିପୁଳ ସଂପତ୍ତି ଠାବ ହୋଇଛି। ଯାହା ଭିତରେ କଟକ ସିଡିଏରେ ୩ ମହଲା କୋଠା, କଣ୍ଟିଲୋରେ ଫ୍ଲାଟ, ସାଲେପୁର ଚମ୍ପତିପାଟଣାରେ ଗୋଟିଏ ଏକ ମହଲା ଘର, ୧ କୋଟି ୩୪ ଲକ୍ଷର ବ୍ୟାଙ୍କ ଓ ବୀମା ପ୍ରିମିୟମ ବାବଦ ଜମା ମଧ୍ୟ ଠାବ ହୋଇଛି। ଚଢ଼ାଉ ଜାରି ରହିଥିବାରୁ ସଂପତ୍ତି ପରିମାଣ ବଢ଼ିବା ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ବର୍ଷେ ତଳେ ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୨ରେ  ଜଣେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା। ଉକ୍ତ ଯନ୍ତ୍ରୀଙ୍କ ଘରୁ ପାଖାପାଖି ସାଢେ ୬ କୋଟିର ସମ୍ପତ୍ତି ଜବତ ହୋଇଥିଲା, ଯାହାକି ତାଙ୍କ ଆୟର ୨ଶହ ଗୁଣରୁ ଅଧିକ । ବର୍ଷେ ପରେ ଉକ୍ତ କାର୍ଯ୍ୟାଳୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଚଢ଼ାଉ ଚାଲିଥିବା ବେଳେ ଏଥର କେତେ ସମ୍ପତ୍ତି ବାହାରୁଛି ତାହା ଉପରେ ସମସ୍ତଙ୍କ ନଜର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story