ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ଇଡକୋ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ଲେଙ୍କାଙ୍କ ଘର ଉପରେ ଆଜି ସକାଳୁ ରେଡ ହୋଇଛି । ଘର, ଅଫିସ ସମେତ ଏକକାଳୀନ ୭ଟି ସ୍ଥାନରେ ଏକକାଳୀନ ଚଢଉ ହେଉଥିବା ବେଳେ ୨ ଡିଏସପିଙ୍କ ସମେତ ୧୦ ଇନ୍ସପେକ୍ଟର ଏଥିରେ ସାମିଲ ହୋଇଛନ୍ତି।
ମନୋଜଙ୍କର ଭୁବନେଶ୍ୱର କୋରଡକଣ୍ଟା ଓ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଥିବା ଦୁଇଟି ତିନି ମହଲା ବିଲ୍ଡିଂ ଉପରେ ରେଡ୍ ହେଉଛି । ଏଥିସହ ଭୁବନେଶ୍ୱର ଅଫିସ, ପୁରୀରେ ଥିବା ଫ୍ଲାଟ୍, ଉତ୍ତରାଛକରେ ଥିବା ଏକ ମାର୍କେଟ କମ୍ପେକ୍ସ, ନିଳାଦ୍ରୀନଗରରେ ଥିବା ଘର ଉପରେ ମଧ୍ୟ ରେଡ୍ ଚାଲିଛି ।
ତେବେ ସମୁଦାୟ ମନୋଜ କେତେ ସମ୍ପତ୍ତି, ସୁନାଗହଣା ଆଦି ଠୁଳ କରିଛନ୍ତି, ତାହା ଚଢାଉ ଶେଷ ହେବା ପରେ ସ୍ପଷ୍ଟ ହେବ ବୋଲି ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।