କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ପଞ୍ଚାୟତ ଅଫିସର ମୁଖ୍ୟ କିରାଣି ବେଣୁଧର ଛଛାନଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ବଢ଼େଇମୁଣ୍ଡାରେ ଥିବା ତାଙ୍କ ବାସଭବନ, କୋଲାବିରାର ଅଇଁତାପଡ଼ା ସ୍ଥିତ ପୈତୃକ ଘର, ସମ୍ୱଲପୁରଅଇଁଠାପାଲି ସ୍ଥିତ ତାଙ୍କ ଶ୍ୱଶୁର ଘରେ ଏହି ଚଢ଼ଉ ହୋଇଛି। ଏନେଇ କିରାଣି ବେଣୁଧର ଛଛାନ କହିଛନ୍ତି, “ଆଜି ସକାଳ ୭ଟାରୁ ଭିଜିଲାନ୍ସ ଟିମ୍‌ ମୋ ଘରକୁ ଆସି ଭେରିଫାଇ କରୁଛନ୍ତି। ଘରଟା କେମିତି […]

jharsuguda

Jyoshna Pradhan
  • Published: Saturday, 19 October 2019
  • , Updated: 19 October 2019, 02:40 PM IST

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ପଞ୍ଚାୟତ ଅଫିସର ମୁଖ୍ୟ କିରାଣି ବେଣୁଧର ଛଛାନଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ବଢ଼େଇମୁଣ୍ଡାରେ ଥିବା ତାଙ୍କ ବାସଭବନ, କୋଲାବିରାର ଅଇଁତାପଡ଼ା ସ୍ଥିତ ପୈତୃକ ଘର, ସମ୍ୱଲପୁରଅଇଁଠାପାଲି ସ୍ଥିତ ତାଙ୍କ ଶ୍ୱଶୁର ଘରେ ଏହି ଚଢ଼ଉ ହୋଇଛି।

ଏନେଇ କିରାଣି ବେଣୁଧର ଛଛାନ କହିଛନ୍ତି, “ଆଜି ସକାଳ ୭ଟାରୁ ଭିଜିଲାନ୍ସ ଟିମ୍‌ ମୋ ଘରକୁ ଆସି ଭେରିଫାଇ କରୁଛନ୍ତି। ଘରଟା କେମିତି ତିଆରି କରିଛ ନେଇ ପଚାରିଛନ୍ତି। ମୁଁ ତାଙ୍କୁ ସବୁ କାଗଜପତ୍ର ଦେଖାଇଛି। ମୁଁ ଭିଜିଲାନ୍ସ ଟିମ୍‌କୁ ସହଯୋଗ କରୁଛି।”

 

Related story