ଭିଜିଲାନ୍ସ ଜାଲରେ ସରକାରୀ ବାବୁ
ବାରିପଦା (ମାଣିକ ଲାଲ ପାଣି): ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ୍ର ଏବିଇଓ ବିପିନ୍ ବିହାରୀ ବାରିକଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
ବିପିନଙ୍କ ଅର୍ଜୁନପୋଷିଠାରେ ଥିବା ଘର,ବଢ଼ାସାହିରେ ଭଡ଼ା ଦେଇଥିବା ଘର ଓ ଅଫିସରେ ଏକାକାଳୀନ ଚଢ଼ାଉ କରାଯାଇଛି। ବାଲେଶ୍ୱର ଓ କେନ୍ଦୁଝର ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।
ଗତକିଛି ବର୍ଷ ହେବ ବିପିନ କରଞ୍ଜିଆ ଏବଂ ତା’ର ଆଖପାଖ ଅଞ୍ଚଳରେ
ଏବିଇଓ ଭାବେ କାର୍ଯ୍ୟ କରୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।