ଫାର୍ମସିଷ୍ଟ ଓ ତାଙ୍କ ଦୁଇ ପତ୍ନୀଙ୍କ ଘରେ ଭିଜିଲାନ୍ସର ରେଡ୍‌

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାମାସିଷ୍ଟ ବଳରାମ ବେହେରାଙ୍କ ଘର ଓ ଅଫିସ୍‌ରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ଏହି ଚଢ଼ାଉ କରିଛି। ଅଞ୍ଚଳବାସୀଙ୍କୁ ଉପେକ୍ଷା କରି ବେଆଇନ୍‌ ଭାବେ ସମ୍ପତ୍ତି ଠୁଳ କରିବା ପରି ଅଭିଯୋଗ ଫାମାସିଷ୍ଟ ବଳରାମ ବେହେରାଙ୍କ ବିରୋଧରେ ଆସିଥିଲା। ଆଜି ସକାଳେ ଭିଜିଲାନ୍ସର ଏକ ଟିମ୍‌ ବଳରାମଙ୍କ ପ୍ରଥମ ପତ୍ନ କେ.ମମତାରାଣୀଙ୍କ କୋଦଭଟ୍ଟା ସ୍ଥିତ […]

vigilance raid in umarakot

Rakesh Mallick
  • Published: Wednesday, 21 March 2018
  • , Updated: 21 March 2018, 04:08 PM IST

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାମାସିଷ୍ଟ ବଳରାମ ବେହେରାଙ୍କ ଘର ଓ ଅଫିସ୍‌ରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ଏହି ଚଢ଼ାଉ କରିଛି। ଅଞ୍ଚଳବାସୀଙ୍କୁ ଉପେକ୍ଷା କରି ବେଆଇନ୍‌ ଭାବେ ସମ୍ପତ୍ତି ଠୁଳ କରିବା ପରି ଅଭିଯୋଗ ଫାମାସିଷ୍ଟ ବଳରାମ ବେହେରାଙ୍କ ବିରୋଧରେ ଆସିଥିଲା।

ଆଜି ସକାଳେ ଭିଜିଲାନ୍ସର ଏକ ଟିମ୍‌ ବଳରାମଙ୍କ ପ୍ରଥମ ପତ୍ନ କେ.ମମତାରାଣୀଙ୍କ କୋଦଭଟ୍ଟା ସ୍ଥିତ ବାସ ଭବନରେ ଚଢ଼ାଉ କରିଥିଲା।। ପରେ ଆଉ ଏକ ଟିମ୍‌ ଦ୍ୱିତୀୟ ପତ୍ନୀ ଝରଣା ରାଣୀ ଘୋଷଙ୍କ ହାଟଭରଣ୍ଡି ସ୍ଥିତ ବାସ ଭବନ, ଡାକ୍ତରଖାନା ଓ ବଳରାମଙ୍କ ନିଜ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।

Related story