ରାଧାମୋହନଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଫୁଲବାଣୀ(ତ୍ରିନାଥ ସାହୁ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫୁଲବାଣୀ  ପୌରପାଳିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଫୁଲବାଣୀ ଓ ବ୍ରହ୍ମପୁରର ଭିଜିଲାନ୍ସ ଟିମ୍‌ ୫ଟି ସ୍ଥାନରେ ଚଢ଼ଉ କରିଛନ୍ତି। ଫୁଲବାଣୀରେ ଥିବା ରାଧାମୋହନଙ୍କ ସରକାରୀ ବାସଭବନ, ପୌରପାଳିକା କାର୍ଯ୍ୟାଳୟ, ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟାରତ ଜଣେ କର୍ମଚାରୀ ଅମରେଶ ପୋଢଙ୍କ ଘର, ବ୍ରହ୍ମପୁରରେ ଥିବା ତାଙ୍କ ନିଜ ଘର ଓ ସୁରୁଗୁରି ସ୍ଥିତ ଶ୍ୱଶୁର ଘରେ ଚଢ଼ଉ ଜାରି […]

vidiliance

vidiliance

Jyoshna Pradhan
  • Published: Friday, 28 June 2019
  • Updated: 28 June 2019, 01:56 PM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫୁଲବାଣୀ  ପୌରପାଳିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଫୁଲବାଣୀ ଓ ବ୍ରହ୍ମପୁରର ଭିଜିଲାନ୍ସ ଟିମ୍‌ ୫ଟି ସ୍ଥାନରେ ଚଢ଼ଉ କରିଛନ୍ତି। ଫୁଲବାଣୀରେ ଥିବା ରାଧାମୋହନଙ୍କ ସରକାରୀ ବାସଭବନ, ପୌରପାଳିକା କାର୍ଯ୍ୟାଳୟ, ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟାରତ ଜଣେ କର୍ମଚାରୀ ଅମରେଶ ପୋଢଙ୍କ ଘର, ବ୍ରହ୍ମପୁରରେ ଥିବା ତାଙ୍କ ନିଜ ଘର ଓ ସୁରୁଗୁରି ସ୍ଥିତ ଶ୍ୱଶୁର ଘରେ ଚଢ଼ଉ ଜାରି ରହିଛି।

ଏନେଇ ପାରଳାଖେମୁଣ୍ଡି ଭିଜିଲାନ୍ସ ଡିଏସ୍‌ପି ଅରୁଣ ନାୟକ କହିଛନ୍ତି,“ ରାଧାମୋହନ ବେହେରାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ତାକୁ ଅଧାର କରି ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁସାରେ  ଆମେ ୫ଟି ଜାଗାରେ ଚଢ଼ଉ କରୁଛୁ। ତେବେ ତାଙ୍କ ଫୁଲବାଣୀ ବାସଭବନରେ ଏକ ଦାମୀ କାର୍‌, ୧୮ ହଜାର ଟଙ୍କା ଓ କିଛି କାଗଜପତ୍ର ବାହାରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos