ବୈଧ ମାପ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲର୍ କୋଟିପତି

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବୈଧ ମାପ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲର୍ ବିଦ୍ୟାଧର ବିଶ୍ୱାଳଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲିଠୁ ଜାରି ରହିଥିବା ଭିଜିଲାନ୍ସ ଚଢ଼ାରୁ ଏହି ତଥ୍ୟ ଆଜି ସାମ୍ନାକୁ ଆସିଛି। ଗତକାଲି ବିଦ୍ୟାଧରଙ୍କ ରାଉରକେଲା ସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଭୁବନେଶ୍ୱର ବାସଭବନରେ ଚଢ଼ାଉ କରିଥିଲେ ଭିଜିଲାନ୍ସ ଅଧିକାରୀ। ଚଢ଼ାଉ ବେଳେ ୧କୋଟି ୨୩ ଲକ୍ଷ ୪୨ ହଜାର […]

raid

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 01:35 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବୈଧ ମାପ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲର୍ ବିଦ୍ୟାଧର ବିଶ୍ୱାଳଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲିଠୁ ଜାରି ରହିଥିବା ଭିଜିଲାନ୍ସ ଚଢ଼ାରୁ ଏହି ତଥ୍ୟ ଆଜି ସାମ୍ନାକୁ ଆସିଛି।

ଗତକାଲି ବିଦ୍ୟାଧରଙ୍କ ରାଉରକେଲା ସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଭୁବନେଶ୍ୱର ବାସଭବନରେ ଚଢ଼ାଉ କରିଥିଲେ ଭିଜିଲାନ୍ସ ଅଧିକାରୀ। ଚଢ଼ାଉ ବେଳେ ୧କୋଟି ୨୩ ଲକ୍ଷ ୪୨ ହଜାର ଟଙ୍କାର ସମ୍ପତ୍ତି ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ। ବିଦ୍ୟାଧର ଏବଂ ତାଙ୍କ ସମ୍ପର୍କୀୟଙ୍କ ନାଁରେ ୧୮ ଲକ୍ଷ ୭୬ ହଜାର ଟଙ୍କା ମୂଲ୍ୟର ୬ଟି ପ୍ଲଟ ଥିବା ବେଳେ ୫୫ ଲକ୍ଷ ଟଙ୍କାର ଘର, ୧୩ ଲକ୍ଷ ଟଙ୍କାର କାର୍, ୧୦ ଲକ୍ଷ ଟଙ୍କାର ଜମାରାଶି, ବ୍ୟାଙ୍କ ଖାତାରେ ଥିବା ୧ଲକ୍ଷ ୩୭ ହଜାର ଟଙ୍କା ଏବଂ ୧୭ ଲକ୍ଷ ୫୯ ହଜାର ଟଙ୍କା ମୂଲ୍ୟର ସୁନା ଗହଣାକୁ ଭିଜିଲାନ୍ସ ଅଧିକାରୀ ଠାବ କରିଛନ୍ତି।

 

 

Related story