ଅମିନଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଅମିନ ସୁମନ୍ତ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଏବଂ ବାରିପଦା ଭିଜିଲାନ୍ସର ଦୁଇଟି ୟୁନିଟ୍‌ ଏହି ଚଢ଼ଉ କରିଛି। ବେତନଟୀରେ ଥିବା ତାଙ୍କର ଦୁଇ ମହଲା ଘର, ବାରିହାପାଳ ସ୍ଥିତ ତିନି ମହଲା କୋଠା, ସିମଳାମୁଣ୍ଡୁଳିରେ ଥିବା ପୈତୃକ ଘର ଏବଂ ଅଫିସ୍‌ରେ ଏକ ସଙ୍ଗେ ଏହି ଚଢ଼ଉ ହୋଇଛି। ତେବେ ସୁମନ୍ତଙ୍କ କେତେ […]

vigilance

Jyoshna Pradhan
  • Published: Friday, 07 June 2019
  • , Updated: 07 June 2019, 10:00 AM IST

ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଅମିନ ସୁମନ୍ତ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଏବଂ ବାରିପଦା ଭିଜିଲାନ୍ସର ଦୁଇଟି ୟୁନିଟ୍‌ ଏହି ଚଢ଼ଉ କରିଛି। ବେତନଟୀରେ ଥିବା ତାଙ୍କର ଦୁଇ ମହଲା ଘର, ବାରିହାପାଳ ସ୍ଥିତ ତିନି ମହଲା କୋଠା, ସିମଳାମୁଣ୍ଡୁଳିରେ ଥିବା ପୈତୃକ ଘର ଏବଂ ଅଫିସ୍‌ରେ ଏକ ସଙ୍ଗେ ଏହି ଚଢ଼ଉ ହୋଇଛି।

ତେବେ ସୁମନ୍ତଙ୍କ କେତେ ସମ୍ପତ୍ତି ଅଛି, ତାହା ଜଣାପଡ଼ିନି। ସବୁ ହିସାବ କରାଯିବା ପରେ ତାଙ୍କର କେତେ ସମ୍ପତ୍ତି ରହିଛି, ତାହା ଜଣାପଡ଼ିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

Related story