ଭିଜିଲାନ୍ସ ଜାଲରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଯନ୍ତ୍ରୀ, ବହୁ କୋଟିର ସମ୍ପତ୍ତି ଠାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଯନ୍ତ୍ରୀ ରବି ନାରାୟଣ ପୃଷ୍ଟିଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ରାଜ୍ୟ ଭିଜିଲାନ୍ସ ଆଜି ଚଢ଼ଉ କରିଛି। ଏହି ଚଢ଼ଉବେଳେ ଭିଜିଲାନ୍ସ ହାତରେ ବହୁ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବାବେଳେ ଏବେବି ଚଢ଼ଉ ଓ ସମ୍ପତ୍ତି ଆକଳନ ଜାରି ରହିଛି। ଶ୍ରୀ ପୃଷ୍ଟି ଗିରଫ ହେବାର ଆଶଙ୍କା ରହିଛି। ରାଜ୍ୟ ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆୟବର୍ହିଭୁତ […]

vigilance

Ordigital Desk
  • Published: Thursday, 03 February 2022
  • , Updated: 03 February 2022, 09:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଯନ୍ତ୍ରୀ ରବି ନାରାୟଣ ପୃଷ୍ଟିଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ରାଜ୍ୟ ଭିଜିଲାନ୍ସ ଆଜି ଚଢ଼ଉ କରିଛି। ଏହି ଚଢ଼ଉବେଳେ ଭିଜିଲାନ୍ସ ହାତରେ ବହୁ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବାବେଳେ ଏବେବି ଚଢ଼ଉ ଓ ସମ୍ପତ୍ତି ଆକଳନ ଜାରି ରହିଛି। ଶ୍ରୀ ପୃଷ୍ଟି ଗିରଫ ହେବାର ଆଶଙ୍କା ରହିଛି।

ରାଜ୍ୟ ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜ୍ୟ ଭିଜିଲାନ୍ସର ୮ଜଣ ଡିଏସପି, ୪ଜଣ ଇନ୍ସପେକ୍ଟର, ୫ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀମାନେ ଶ୍ରୀ ପୃଷ୍ଟିଙ୍କ ସହ ଜଡ଼ିତ ଥିବା ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲେ । ଚଢ଼ଉବେଳେ ଶ୍ରୀ ପୃଷ୍ଟିଙ୍କ ନାଁରେ ଭୁବନେଶ୍ୱରର ପଟିଆର କାଳଭିକା କିଙ୍ଗ ପ୍ୟାଲେସ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ, ପୁରୀରେ ଗୋଟିଏ ଫ୍ଲାଟ, ନଖରାସ୍ଥିତ ଗ୍ରାଣ୍ଡ ବଜାରରେ ଗୋଟିଏ ଫ୍ଲାଟ, ଖଣ୍ଡଗିରିରେ ବାରଭୂଜା ମାର୍କେଟ କମ୍ପେ୍ଲକ୍ସରେ ଗୋଟିଏ ଦୋକାନ, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଥିବା ୩ଟି ପ୍ଲଟ ସମେତ ବ୍ୟାଙ୍କରେ ୭୦ଲକ୍ଷ ଟଙ୍କାର ଜମାରାଶି ଠାବ ହୋଇଛି । ଏହାସହିତ ତାଙ୍କଠୁ ୩୫୫ଗ୍ରାମର ସୁନା ଅଳଙ୍କାର, ଗୋଟିଏ ୪ଚକିଆ ଓ ୨ଟି ଦୁଇଚକିଆ ଗାଡ଼ି ମଧ୍ୟ ଜବତ ହୋଇଛି । ଏବେ ଅଧିକ ଖୋଳତାଡ଼ ଜାରି ରହିଛି ।

ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜଙ୍କ ଦ୍ୱାରା ଜାରି ୱାରେଣ୍ଟ ବଳରେ ଶ୍ରୀ ପୃଷ୍ଟିଙ୍କ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି । ତାଙ୍କର ପୈତୃକ ଗାଁ ଗଞ୍ଜାମର ନୂଆଗାଁ ଅନ୍ତର୍ଗତ ନୂଆପଡ଼ା, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଥିବା ତାଙ୍କ ଅଫିସ ଚାମ୍ବର, ତାଙ୍କ ସମ୍ପର୍କୀୟଙ୍କ ଭୁବନେଶ୍ୱରରେ ଥିବା ୨ଟି ସ୍ଥାନ, ଜାଗମରାରେ ଥିବା ଗୋଟିଏ ଫ୍ଲାଟରେ ଚଢ଼ଉ ହୋଇଥିଲା ।

ଆସନ୍ତାକାଲି ଶ୍ରୀ ପୃଷ୍ଟିଙ୍କ ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସ ବିସ୍ତୃତ ତଥ୍ୟ ଦେବ ବୋଲି କହିଛି ।

Related story