ଜଳେଶ୍ୱର (ଅଜିତ ଦାସ): ଡ୍ରଗ୍ସ ମାଫିଆ ଲିଙ୍କରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା IIC ଧନେଶ୍ୱର ସାହୁ କିଛି ଦିନ ପୂର୍ବେ ନିଲମ୍ବିତ ହୋଇଥିବା ବେଳେ ଆଜି ସକାଳେ ତାଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଓ ବାରିପଦା ଭିଜିଲାନ୍ସ ଟିମ୍ ମିଳିତ ଭାବେ ଜଳେଶ୍ୱରସ୍ଥିତ ଧନେଶ୍ୱର ସାହୁଙ୍କ ସରକାରୀ କ୍ୱାର୍ଟର୍ସରେ ଚଢ଼ାଉ କରିଛନ୍ତି।
ବାରିପଦା ଭିଜିଲାନ୍ସ ଡିଏସ୍ପି ଶରତ କୁମାର ମହାପାତ୍ର ଓ ବାଲେଶ୍ୱର ଆଇଆଇସି ଏଲ୍.ଏନ୍ ମୁଖିଙ୍କ ନେତୃତୃରେ ଏହି ଚଢ଼ାଉ ଚାଲିଛି। କଟକ, ଭୁବନେଶ୍ୱର, ନରସିଂହପୁର ସମେତ ପ୍ରାୟ ୭ଟି ଜାଗାରେ ଏକକାଳୀନ ଭିଜିଲାନ୍ସ ଏହି ଚଢ଼ାଉ କରିଛି।
ସୂଚନାଯୋଗ୍ୟ, ଡ୍ରଗ୍ସ ମାଫିଆ ଲିଙ୍କରେ ଗତ ଅଗଷ୍ଟ ୧୫ ତାରିଖରେ ଧନେଶ୍ୱର ସାହୁଙ୍କୁ ନିଲମ୍ବନ କରିଥିଲେ ପୁଲିସ୍ ଡିଜି। ଏହାପରଠୁ ତାଙ୍କ ପତ୍ତା ମିଳୁନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।