କେଲୁଅ ନଦୀବନ୍ଧ ଭାଙ୍ଗିବା ଘଟଣା; ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

ଯାଜପୁର(ଗୁଲାମ ଗସ): ଗତ ଅଗଷ୍ଟ ୨୮ରେ କେଲୁଅ ନଦୀବନ୍ଧ ଭାଙ୍ଗି ଯାଇଥିବା ବେଳେ ଆଜି ଏହି ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି।  ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ହର  ନାରାୟଣ  ପତିଙ୍କ ନେତୃତ୍ୱରେ ୫ ଜଣିଆ ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କିପରି ଘାଇକୁ ଭଙ୍ଗା ଯାଇଛି ? ନିମ୍ନମାନର କାମ ପାଇର୍ଁ ରାସ୍ତା ଧୋଇଯାଇଥିଲା ନା ନାହିଁ ? ଦୁର୍ନୀତିକୁ ଲୁଚାଇବା ପାଇଁ ରାସ୍ତା ନଷ୍ଟ କରାଯାଇଥିଲା କି ନାହିଁ ? ଏଥିରେ […]

vigilance

vigilance

Niharika Rout
  • Published: Friday, 22 January 2021
  • Updated: 22 January 2021, 01:57 PM IST

Sports

Latest News

ଯାଜପୁର(ଗୁଲାମ ଗସ): ଗତ ଅଗଷ୍ଟ ୨୮ରେ କେଲୁଅ ନଦୀବନ୍ଧ ଭାଙ୍ଗି ଯାଇଥିବା ବେଳେ ଆଜି ଏହି ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି।  ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ହର  ନାରାୟଣ  ପତିଙ୍କ ନେତୃତ୍ୱରେ ୫ ଜଣିଆ ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

କିପରି ଘାଇକୁ ଭଙ୍ଗା ଯାଇଛି ? ନିମ୍ନମାନର କାମ ପାଇର୍ଁ ରାସ୍ତା ଧୋଇଯାଇଥିଲା ନା ନାହିଁ ? ଦୁର୍ନୀତିକୁ ଲୁଚାଇବା ପାଇଁ ରାସ୍ତା ନଷ୍ଟ କରାଯାଇଥିଲା କି ନାହିଁ ? ଏଥିରେ କୌଣସି ସରକାରୀ କର୍ମଚାରୀ କିମ୍ବା ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ? ଏହାପଛର  ପୂରା କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ । ଘଟଣାର ତଦନ୍ତ କରିବା ସହ ଆସନ୍ତା ୨ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ଲୋକାୟୁକ୍ତ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୮ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଏହି କେଲୁଅ ନଦୀବନ୍ଧକୁ ଡିନାମାଇଟ୍ ଲଗାଇ ଉଡାଇ ଦିଆଯାଇଥିବା ଅଭିଯୋଗ ଉଠିଥିଲା । ଏହାକୁ ନେଇ ରାଜ୍ୟରେ ସୃଷ୍ଟି ହୋଇଥିଲା ତମ୍ବିତୋଫାନ୍ । ଡିନାମାଇଟ ଲଗାଇ ଏହାକୁ ଉଡ଼ାଇ ଦିଆଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏଥିରେ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ମାମୁ ଯନ୍ତ୍ରୀ ନରେନ୍ ଜେନାଙ୍କ ସମେତ ୬ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା।

ବିଧାୟକଙ୍କ ସମେତ ଯାଜପୁର ଜିଲ୍ଲାପାଳ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ, ପାଣିକୋଇଲିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜାରକା ଜଳ ସେଚନ ବିଭାଗର ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୁଖ ୬ ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ ହୋଇଛି ।  ତତ୍କାଳୀନ ମୁଖ୍ୟ ଶାସନ ସଚିବ ଏହାକୁ ମନୁଷ୍ୟକୃତ  କହିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରି ନାହିଁ।

ବନ୍ୟାରେ କେଲୁଅ ନଦୀରେ ସୃଷ୍ଟି ହୋଇଥିବା ୩୦୦ ଫୁଟ୍‌ର ଘାଇ ମନୁଷ୍ୟକୃତ ବୋଲି ଖୋଦ୍ ଯାଜପୁରର ତତ୍କାଳୀନ ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବ ସ୍ୱୀକାର କରିବା ସହ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଏନେଇ ଥାନାରେ ଏତଲା ଦେଇଥିଲେ । ମନୁଷ୍ୟକୃତ ଘାଇ ଯୋଗୁଁ ରାତି ଅଧରେ ଆକସ୍ମିକ ବନ୍ୟାରେ, ଦୁର୍ଦ୍ଦଶା ଭିତରକୁ ଠେଲି ହୋଇ ଯାଇଥିଲେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ । ଧର୍ମଶାଳା ବ୍ଲକର ୭ଟି ପଞ୍ଚାୟତ  କଣ୍ଟିଗଡ଼ଇା ପଞ୍ଚାୟତ ୪ ଦିନ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଥିଲା । ବନ୍ୟାରେ ଚାଷ ଜମି ଓ ଲୋକଙ୍କ ଘର ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story