ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ହିନ୍ଦୀ ଶିକ୍ଷକ ୫ କୋଟି ଟଙ୍କା ସଂପତ୍ତିର ମାଲିକ। ଏହି ଶିକ୍ଷକ ଜଣକ ହେଉଛନ୍ତି ଗଂଜାମ ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୧୦ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ।
ଭୁବନାନନ୍ଦଙ୍କର ମୋଟ୍ ୪ କୋଟି ୯୩ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ବ୍ରହ୍ମପୁରରେ ୩ କୋଟି ଟଙ୍କାର ମୂଲ୍ୟର ୨ଟି ଘର ଥିବା ବେଳେ ଭୁବନେଶ୍ୱରରେ ଅଛି ୨୮ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ। ବ୍ରହ୍ମପୁରରେ ୩୮ ଲକ୍ଷ ଟଙ୍କାର ୧୦ଟି ପ୍ଲଟ ମଧ୍ୟ ଅଛି। ପୁରୀ ଓ ଗୋପାଳପୁରରେ ଅଛି ଆପାର୍ଟମେଣ୍ଟ। ଏହାଛଡ଼ା ଏଲ୍ଆଇସିରେ ସେ ନିବେଶ କରିଛନ୍ତି ୨୦ ଲକ୍ଷ ଟଙ୍କାରୁ ଅଧିକ।
ଭୁବନାନନ୍ଦଙ୍କ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଆଜି ବ୍ରହ୍ମପୁର, ଭୁବନେଶ୍ୱର ସମେତ ୧୦ଟି ସ୍ଥାନରେ ରେଡ୍ କରିଥିଲା। ସୁନା, ନଗଦ ଟଙ୍କା, ବ୍ୟାଙ୍କ ପାସ୍ବୁକ୍ ଓ କିଛି ଗାଡ଼ି ମୋଟର ଜବତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।