ଭିଜିଲାନ୍ସ ଜାଲରେ ଫଶିଗଲେ ୩ ସରକାରୀ ବାବୁ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ  ଫଶି ଯାଇଛନ୍ତି ୩ ସରକାରୀ ବାବୁ।  ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଳକର ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଏବଂ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଲାଠିକଟା ବ୍ଲକ୍ ଗର୍ଜନ ପଞ୍ଚାୟତର ଏକ ଗ୍ରାମ୍ୟ ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି ।ରାଷ୍ଟ୍ରାୟତ୍ତ କମ୍ପାନୀ NSPCLର CSR ଫଣ୍ଡରୁ ୧କୋଟି ୩୨ ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ […]

OR photo2018-01-20-22h10m52s238

Rakesh Mallick
  • Published: Saturday, 20 January 2018
  • , Updated: 20 January 2018, 10:11 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ  ଫଶି ଯାଇଛନ୍ତି ୩ ସରକାରୀ ବାବୁ।  ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଳକର ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଏବଂ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଲାଠିକଟା ବ୍ଲକ୍ ଗର୍ଜନ ପଞ୍ଚାୟତର ଏକ ଗ୍ରାମ୍ୟ ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି ।ରାଷ୍ଟ୍ରାୟତ୍ତ କମ୍ପାନୀ NSPCLର CSR ଫଣ୍ଡରୁ ୧କୋଟି ୩୨ ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ ହୋଇଥିଲା ।ତେବେ ବିନା ଟେଣ୍ଡର୍ରେ ଜେଇଙ୍କ ନାଁରେ କାର୍ଯ୍ୟାଦେଶ ଦେଇ ଏହି କାର୍ଯ୍ୟ କରାଯାଇଥିବାରୁ ଏହାର ତଦନ୍ତ କରି ଏଥିରେ ୪୨ ଲକ୍ଷ ୩୨ ହଜାର ଟଙ୍କାର ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲା।ଗତକାଲି କଟକ ଭିଜିଲାନ୍ସ ସେଲ୍  ପକ୍ଷରୁ ଡିଏସ୍‌ପି  ପ୍ରକାଶ ନାଏକଙ୍କ ନେତୃତ୍ୱରେ ଏକ ଟିମ୍ ଲାଠିକଟାରେ ପହଞ୍ଚି ଏହି ୩ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରି ସନ୍ଦେହଜନକ କାଗଜପତ୍ର ଜବତ କରିଥିଲା।  ଆଜି ସେମାନଙ୍କୁ ଗିରଫ କରି ଡାକ୍ତରୀ ପରୀକ୍ଷା ପରେ ସୁନ୍ଦରଗଡ଼ ସ୍ପେଶାଲ ଭିଜିଲାନ୍ସ ଜଜ୍ କୋର୍ଟରେ ହାଜର କରାଯାଇଛି ।

Related story