କୁବେର ଶିକ୍ଷକ ଶିଶିରଙ୍କ ୪.୭୧ କୋଟି ଟଙ୍କାର ସମ୍ପତ୍ତି ଠାବ

କଲ୍ୟାଣସିଂହପୁର(ମାଉଡି ବାରିକ): ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ ଶିଶିର ସେମେଳି। ତାଙ୍କଠାରୁ ସାଢ଼େ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ସେ ରାୟଗଡ଼ା ବିଇଓ ଅଫିସ୍‌ରେ କାର୍ଯ୍ୟରତ ଅଛନ୍ତି। ଶିକ୍ଷକ ଚାକିରିରେ ରେଗୁଲାର୍‌ ହେବାକୁ ୬ ବର୍ଷ ପୂରିନି। ହେଲେ ସେ ଆଜି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତିର ମାଲିକ। ଏପରିକି ଜଣେ କରିତ୍‌କର୍ମା ଶିକ୍ଷକ ହେଉଛନ୍ତି ଶିଶିର ସେମେଳି। ତାଙ୍କ ଘର ସମେତ ୬ଟି ସ୍ଥାନରେ ୪ଟି ଭିଜିଲାନ୍ସ ଟିମ୍‌ ଚଢ଼ଉ […]

Vigilance

Manoranjan Sial
  • Published: Saturday, 29 January 2022
  • , Updated: 29 January 2022, 08:40 PM IST

କଲ୍ୟାଣସିଂହପୁର(ମାଉଡି ବାରିକ): ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ ଶିଶିର ସେମେଳି। ତାଙ୍କଠାରୁ ସାଢ଼େ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ସେ ରାୟଗଡ଼ା ବିଇଓ ଅଫିସ୍‌ରେ କାର୍ଯ୍ୟରତ ଅଛନ୍ତି।

ଶିକ୍ଷକ ଚାକିରିରେ ରେଗୁଲାର୍‌ ହେବାକୁ ୬ ବର୍ଷ ପୂରିନି। ହେଲେ ସେ ଆଜି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତିର ମାଲିକ। ଏପରିକି ଜଣେ କରିତ୍‌କର୍ମା ଶିକ୍ଷକ ହେଉଛନ୍ତି ଶିଶିର ସେମେଳି। ତାଙ୍କ ଘର ସମେତ ୬ଟି ସ୍ଥାନରେ ୪ଟି ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ବର୍ତ୍ତମାନ ସୁଦ୍ଧା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଛି। ଏବେ ମଧ୍ୟ ସମ୍ପତ୍ତି ଆକଳନ ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।

ଆଜିକୁ ୪ରୁ ୫ ବର୍ଷ ତଳେ ରେଗୁଲାର ହୋଇଥିଲେ ଶିକ୍ଷକ ଶିଶିର ସେମେଳି। ସେ ଏବେ ରାୟଗଡ଼ା ବିଇଓ ଅଫିସ୍‌ରେ କାର୍ଯ୍ୟରତ ଅଛନ୍ତି।ହେଲ ସେ ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ବିଭାଗର ୪ଟି ଟିମ୍‌ ୬ଟି ସ୍ଥାନରେ ଚଢ଼ଉ କରି ଶିକ୍ଷକଙ୍କଠାରୁ ସାଢ଼େ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛି।

ଶିକ୍ଷକ ଶିଶିର ସେମେଳିଙ୍କର ନୂଆପଡ଼ା ଛକରେ ଦୁଇଟି ତିନି ମହଲ କୋଠା ରହିଛି। ଗୋଟିକର ଆନୁମାନିକ ମୂଲ୍ୟ ୧,୫୯,୭୯,୮୭୬ ଟଙ୍କା ହୋଇଥିବା ବେଳେ ଅନ୍ୟ କୋଠାର ଦାମ ୭୧,୨୫,୦୮୭ ଟଙ୍କା ରହିଛି। ଠିକ୍‌ ସେମିତି ସେଠାରେ ତାଙ୍କର ଆଉ ଦୁଇଟି ଦୁଇ ମହଲା କୋଠା ରହିଛି। ଯାହାର ଗୋଟିକର ଆନୁମାନିକ ମୂଲ୍ୟ ୫୧,୫୮,୧୧୨ ହୋଥିବା ବେଳେ ଅନ୍ୟ କୋଠାର ମୂଲ୍ୟ ୪୯,୨୭,୪୩୯ ଟଙ୍କା ହେବ ବୋଲି ଭିଜିଲାନ୍ସ ଦର୍ଶାଇଛି।

ଶିକ୍ଷକ ଶିଶିର ସେମେଳିଙ୍କ ନୂଆପଡ଼ା ଛକରେ ୩୫ଟି ଆଜ୍‌ବେଷ୍ଟସ୍‌ ଘର ରହିଛି। ଯାହାର ଆନୁମାନିକ ମୂଲ୍ୟ ୫୭,୩୧,୫୪୬ ଟଙ୍କା ହେବ। ଏହାଛଡ଼ା ସେଠାରେ ତାଙ୍କର ଏକ ଘର ମଦ ଦୋକାନ ମଧ୍ୟ ଭଡ଼ାରେ ଲାଗିଛି। ଯାହାର ଅନୁମାନିକ ମୂଲ୍ୟ ୧୯,୭୧,୪୪୦ ଟଙ୍କା ହେବ।

ଭିଜିଲାନ୍ସ ଚଢ଼ଉ କରି ଶିକ୍ଷକ ଶିଶିରଙ୍କଠାରୁ ଦୁଇ ଗାଡ଼ି ଠାବ କରିଛି। ଜବତ ଇନୋଭାର ନମ୍ୱର ହେଉଛି(OD-18B-6066)। ଯାହାର ମୂଲ୍ୟ ୧୨,୫୦,୦୦୦ ଟଙ୍କା ହେବ। ସେହିପରି ଠାବ ହୋଇଥିବା ବଲୋରୋର ନମ୍ୱର ନମ୍ୱର (OR-10H-8222) ରହିଛି। ଯାହାର ଆନୁମାନିକ ମୂଲ୍ୟ ୭,୦୦,୦୦୦ ଟଙ୍କା ହେବ। ଏହାଛଡ଼ା ତାଙ୍କ ଘରୁ ଠାବ ହୋଇଥିବା ବୈଦ୍ୟୁତିକ ସରଞ୍ଜାମ ଓ ଅନ୍ୟ ଘରୋଇ ଉପକରଣର ଆନୁମାନିକ ମୂଲ୍ୟ ପାଖାପାଖି ୫,୦୦,୦୦୦ ଟଙ୍କା ହେବ।

ସେହିପରି ଭିଜିଲାନ୍ସ ଶିକ୍ଷକଙ୍କଠାରୁ ୪୦୮ ଗ୍ରାମ ସୁନା ଓ ୨୨୯ ଗ୍ରାମ ରୁପା ଠାବ କରିଛି। ସୁନାର ମୂଲ୍ୟ ୧୨,୨୪,୦୦୦ ଟଙ୍କା ହୋଇଥିବା ବେଳେ ରୁପାର ଦାମ ୧୩,୭୪୦ ଟଙ୍କା ରହିଛି। ଏହାଛଡ଼ା ନଗର ୨୮୮୪୦୦ ଟଙ୍କା, ୨୨୩୪୪୯୩ ଟଙ୍କାର ବ୍ୟାଙ୍କ ଜମା ଓ ୨,୮୩,୩୪୨ ଟଙ୍କାର ବୀମା ଟଙ୍କା ଠାବ ହୋଇଥିବା ଭିଜିଲାନ୍ସ ଦର୍ଶାଇଛି।

Related story