ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାଜା ଅଲ୍ଲୀଙ୍କ କାର୍ଯ୍ୟାଳୟରୁ ମିଳିଲା ୨ ଲକ୍ଷ ୩୪ ହଜାର ୯ଶହ ଟଙ୍କା । ଏହାକୁ ଭିଜିଲାନ୍ସ ଜବତ କରିବା ସହ ତାଙ୍କ କାର୍ଯ୍ୟାଳୟରେ ତନାଘନା ଚଳାଇଛି।
ଏତେ ଟଙ୍କା କେଉଁଠୁ ଓ କାହାଦ୍ୱାରା ଆସି ତାଙ୍କ ଡ୍ରରେ ପଶିଲା ସେ ସମ୍ପର୍କରେ ଜାଣି ନ ଥିବା କହିଛନ୍ତି ମୁଖ୍ୟ ଯୋଗାଣ ଅଧିକାରୀ । ତେବେ ତଦନ୍ତ ଚାଲିଥିବାରୁ ତାଙ୍କୁ ଅଟକ ରଖାଯାଇଥିବା କହିଛନ୍ତି ଭିଜିଲାନ୍ସ ଏସପି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ଏହି ଚଢାଉ ଚାଲିଛି ।