ଲୋକକଳା ଗ୍ରାମ ଘୋଷଣା କଲେ ରାଜ୍ୟ ସରକାର

କୋରାପୁଟ(ଓଡ଼ିଶା ରିପୋର୍ଟର): ଲୋକକଳା, ଲୋକନୃତ୍ୟ ସହ ଲୋକ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଲାଗି ସାରା ରାଜ୍ୟରେ ଘୋଷଣା ହୋଇଛି ଲୋକକଳା ଗ୍ରାମ। ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପ୍ରତି ଜିଲ୍ଲାର ଗୋଟିଏ ଗାଁକୁ ଲୋକକଳା ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଖଜୁରିପୁଟକୁ ଲୋକକଳା ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହି ଖବର ପାଇବା ପରେ ଗାଁରେ ଖୁସିର ଲହରୀ ଖେଳିଯାଇଛି। ଲୋକକଳା ଗ୍ରାମର ମାନ୍ୟତା ମିଳିବା ପରେ ଗାଁ ଲୋକେ ଢେମ୍‌ସା […]

village

village

Manoranjan Sial
  • Published: Thursday, 03 October 2019
  • Updated: 03 October 2019, 09:46 PM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): ଲୋକକଳା, ଲୋକନୃତ୍ୟ ସହ ଲୋକ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଲାଗି ସାରା ରାଜ୍ୟରେ ଘୋଷଣା ହୋଇଛି ଲୋକକଳା ଗ୍ରାମ। ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପ୍ରତି ଜିଲ୍ଲାର ଗୋଟିଏ ଗାଁକୁ ଲୋକକଳା ଗ୍ରାମ ଭାବେ ଘୋଷଣା କରାଯାଇଛି।

ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଖଜୁରିପୁଟକୁ ଲୋକକଳା ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହି ଖବର ପାଇବା ପରେ ଗାଁରେ ଖୁସିର ଲହରୀ ଖେଳିଯାଇଛି। ଲୋକକଳା ଗ୍ରାମର ମାନ୍ୟତା ମିଳିବା ପରେ ଗାଁ ଲୋକେ ଢେମ୍‌ସା ନୃତ୍ୟ ପରିବେଷଣ କରିଥିଲେ। କନ୍ଧ ଓ ଦୁରୁଆ, ପରଜା ଆଦିବାସୀ ସମୁଦାୟର କଳାକାରମାନେ ଏଥିରେ ସାମିଲ ହୋଇଥିଲେ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କର୍ତ୍ତଙ୍ଗକୁ ମଧ୍ୟ ଲୋକକଳା ଗ୍ରାମ ଭାବେ ଘୋଷଣା କରାଯାଇଛି। ଜିଲ୍ଲାପାଳ ମନୀଷା ବାନାର୍ଜୀ ଗାଁରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରା ବାହାରିଥିଲା। ଏଥିରେ ଗାଁର କଳାକାରମାନେ ବିଭିନ୍ନ ଲୋକକଳା ପରିବେଷଣ କରିଥିଲେ ।

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବରଗାଁକୁ ଲୋକକଳା ଗ୍ରାମର ମାନ୍ୟତା ମିଳିଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ନୂଆପଡା PD-DRDA, ଖଡିଆଳ ବ୍ଲକ ଓ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡା ଗାଁକୁ ମଧ୍ୟ ଲୋକକଳା ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ଅଜିତ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos