ରାଜନୈତିକ ବିବାଦରୁ ହିଂସାକାଣ୍ଡ  

କଟକ: କଟକ ଜିଲ୍ଲା ଆଠଗଡ଼ରେ ପୂର୍ବ ରାଜନୈତିକ ବିବାଦରୁ ହିଂସାକାଣ୍ଡ  ଘଟିଥିବା ଅଭିଯୋଗ ହୋଇଛି। ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ସରପଞ୍ଚ ପରମାନନ୍ଦ ବେହେରାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି।  ଗତ ନିର୍ବାଚନକୁ କେନ୍ଦ୍ରକରି ଜଣେ ପରାଜିତ ପ୍ରାର୍ଥୀ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଗାଁରୁ ଆଠଗଡ଼ ଯାଉଥିବା ବେଳେ ବାଟରେ ତାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା  ତେବେ ଅଭିଯୋଗ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।