ଅଣ୍ଡାକୁ ଜଗିଛି ଅଜଗର, ଆଉ ଅଜଗରକୁ ଜଗିଛି ଡ୍ରୋନ୍‌

ଖୋର୍ଦ୍ଧା (ବଳରାମ ଲେଙ୍କା): ଜଙ୍ଗଲର ଘଞ୍ଚ ବୁଦା ମୂଳରେ ଅଣ୍ଡା ଦେଇଛି ଅଜଗର। ଅଣ୍ଡା ଦେବା ପରେ ସେ ଜଗି ରହିଛି। ଏବେ ଅଜଗର ଓ ତା’ ଅଣ୍ଡାକୁ ଜଗିଛନ୍ତି ଗାଁ ଲୋକ ଏବଂ ବନ ବିଭାଗ। ଆଉ ସାପର ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ନଜର ରଖାଯାଇଛି। ଏପରି ଚିତ୍ର ଆସିଛି ଖୋର୍ଦ୍ଧା ଜିଲ୍ଲାରୁ। ଖୋର୍ଦ୍ଧା ଗଡନିଆନ ଗ୍ରାମ୍ୟ ଜଙ୍ଗଲ ଏକ ବୁଦା ଭିତରେ ଗୋଟିଏ ଅଜଗର ଅଣ୍ଡା ଦେଇ ଜଗି […]

Khorda

Khorda

Manoranjan Sial
  • Published: Wednesday, 12 May 2021
  • Updated: 12 May 2021, 06:05 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଜଙ୍ଗଲର ଘଞ୍ଚ ବୁଦା ମୂଳରେ ଅଣ୍ଡା ଦେଇଛି ଅଜଗର। ଅଣ୍ଡା ଦେବା ପରେ ସେ ଜଗି ରହିଛି। ଏବେ ଅଜଗର ଓ ତା’ ଅଣ୍ଡାକୁ ଜଗିଛନ୍ତି ଗାଁ ଲୋକ ଏବଂ ବନ ବିଭାଗ। ଆଉ ସାପର ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ନଜର ରଖାଯାଇଛି। ଏପରି ଚିତ୍ର ଆସିଛି ଖୋର୍ଦ୍ଧା ଜିଲ୍ଲାରୁ।

ଖୋର୍ଦ୍ଧା ଗଡନିଆନ ଗ୍ରାମ୍ୟ ଜଙ୍ଗଲ ଏକ ବୁଦା ଭିତରେ ଗୋଟିଏ ଅଜଗର ଅଣ୍ଡା ଦେଇ ଜଗି ରହିଛି। ଅଣ୍ଡାକୁ ଛାଡ଼ି ଯାଉନାହିଁ। ଦୀର୍ଘ ୮ ଦିନ ହେଲେ ଅଜଗରଟି ସେମିତି ତା’ ଅଣ୍ଡାକୁ ଜଗି ରହିଛି। ଗାଁ ଲୋକେ ଏ ସମ୍ପର୍କରେ ଜାଣିପାରି ଅଜଗରକୁ ପାଳି କରି ଜଗୁଛନ୍ତି। ପରେ ଏନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଏହା ପରେ ବନ ବିଭାଗ କର୍ମଚାରୀମାନେ ଗାଁ ଲୋକଙ୍କ ସହିତ ମିଶି ବ୍ୟାରିକେଟ୍‌ ବାନ୍ଧି ଅଜଗରକୁ ଜଗି ରହିଛନ୍ତି।

ଗତ ୨/୩ ଦିନ ହେଲା, ଅଜଗର ଅଣ୍ଡା ଦେଇଥିବା ଅଞ୍ଚଳରେ ଗୋଧିମାନେ ଘୂରି ବୁଲୁଛନ୍ତି। ଅଣ୍ଡା ଖାଇବା ଆଶାରେ ଗୋଧିମାନେ ଘୂରି ବୁଲୁଥିବା ବନ ବିଭାଗ ଓ ଗାଁ ଲୋକେ ସନ୍ଦେହ କରୁଛନ୍ତି। ପରେ ସ୍ନେକ ହେଲ୍‌ପଲାଇନ୍‌ ପରାମର୍ଶରେ ଅଜଗର ଅଣ୍ଡା ଦେଇଥିବା ସ୍ଥାନଠାରୁ ଅନଳ୍ପ ଦୂରରେ ବ୍ୟାରିକେଟ୍‌ରେ ଜାଲ ବିଛା ଯାଇଛି। ଯାହାଫଳରେ ଅଣ୍ଡା ଖାଇବାକୁ ଗୋଧି ବା ଅନ୍ୟ କୌଣସି ଜନ୍ତୁ ଯାଇପାରିବେ ନାହିଁ। ଏଥିସହିତ ସାପର ଗତିବିଧି ଜାଣିବା ପାଇଁ ଡ୍ରୋନ୍‌ ସହୟତା ନିଆଯାଇଛି।

ସୂଚନାରୁ ପ୍ରକାଶ, ଅଜଗର ଅଣ୍ଡା ଦେଲେ ଛୁଆ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥାଏ। ଶତ୍ରୁଙ୍କ କବଳରୁ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ଅନବରତ ଜଗି ରହିଥାଏ। ବହୁ କମ୍‌ ସମୟ ବାହାରକୁ ଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos