ସାଂସଦଙ୍କ ପାଇଁ ହେଲିକପ୍ଟର ଯୋଗାଡ଼ କଲେ ଲୋକେ

Ordigital Desk
  • Published: Thursday, 15 February 2018
  • , Updated: 15 February 2018, 12:29 PM IST
<p>ମାଲକାନଗିରି (ଓଡ଼ିଶା ରିପୋର୍ଟର): ଗତକାଲି ଥିଲା ମହାଶିବରାତ୍ରି। ଏହି ଅବସରରେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍&zwnj;ର ଏମ୍&zwnj;ପିଭି ୬୯ ଗାଁରେ ଏକ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସ୍ଥାନୀୟ ଲୋକେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝିଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସାଂସଦ ସେଠାକୁ ଯାଇପାରିବେନି ବୋଲି କହିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ଛାଡ଼ି ନଥିଲେ। ସେମାନେ ହେଲିକେପ୍ଟର ପଠାଇବେ ବୋଲି ସାଂସଦଙ୍କୁ କହିଥିଲେ। ସାଂସଦ ହେଲିକପ୍ଟରରେ ଆସି ଶୀଘ୍ର କାର୍ଯ୍ୟ ସାରି ଯାଇପାରିବେ ବୋଲି ଲୋକେ କହିଥିଲେ। ଏଥିପାଇଁ କିଛି ଲୋକ ନିଜ ହାତରୁ ଅର୍ଥ ମଧ୍ୟ ଖର୍ଚ୍ଚ କରିଥିଲେ। ସାଂସଦ ବଳଭଦ୍ର ମାଝି ହେଲିକପ୍ଟର ଯୋଗେ ଗାଁକୁ ଆସି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ। ପରେ ଲୋକଙ୍କ ସହିତ ଡଙ୍ଗାରେ ନଦୀ ପାର ହୋଇ ଗାଁ ଭିତରକୁ ଯାଇଥିଲେ।</p> <p>&lt;a href=&quot;&quot;&gt;(image) &lt;/a&gt;ଗାଁ ଲୋକେ ସାଂସଦଙ୍କ ପାଇଁ ହେଲିକପ୍ଟର ଯୋଗାଡ଼ କରିଥିବା କଥା ଏବେ ଉଭୟ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ସାଂସଦ ମଧ୍ୟ ଏହା ସ୍ୱୀକାର କରିଛନ୍ତି ଯେ ଗାଁ ଲୋକେ ତାଙ୍କ ପାଇଁ ହେଲିକପ୍ଟର ଯୋଗାଡ଼ କରିଥିଲେ।</p> <p>https://youtu.be/Z79LDHSehPc</p>

Related story