ମାଲକାନଗିରି(ଜିତେନ୍ଦ୍ର ବେଉରା): ବଜ୍ରକାପ୍ତା ଉଦ୍ଧାର ବେଳେ ଗାଁ ଲୋକଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ରେଞ୍ଜରଙ୍କ ସମେତ ୧୨ ବନ କର୍ମଚାରୀ। ଏପରି ଅଭାବନୀୟ ଘଟଣା ଆଜି ମାଲକାନଗିରି ଜିଲ୍ଲାରେ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ନାମକୋଣ୍ଡା ଗାଁରେ ଜଣକ ଧାନ ଖଳାରେ ବଜ୍ରକାପ୍ତାକୁ ରଖି ଦଲାଲଙ୍କ ସହ ମୂଳଚାଲ ଚାଲିଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ଏହାପରେ ମାଲକାନଗିରି ରେଞ୍ଜରଙ୍କ ନେତୃତ୍ୱରେ ୧୫ ଜଣ କର୍ମଚାରୀ ନାମକୋଣ୍ଡା ଗାଁକୁ ଯାଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପଚାରଉଚରା କରିବା ସମୟରେ ଗାଁର ୨୫ରୁ ଊର୍ଦ୍ଧ୍ୱ ଲୋକ ଠେଙ୍ଗା, ବାଡ଼ି,ଟାଙ୍ଗିଆରେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏପରିକି ଆକ୍ରମଣରେ ମହିଳାମାନେ ମଧ୍ୟ ସାମିଲ ଥିବା ଜଣାପଡ଼ିଛି।
ଏଥିରେ ମାଲକାନଗିରି ବନବିଭାଗ ରେଞ୍ଜର ବାସୁଦେବ ନାୟକ ସମେତ ୧୨ ଜଣ ଗୁରୁତର ହୋଇଛନ୍ତି। ଏନେଇ ମାଲକାନଗିରି ଥାନାରେ ଏତଲା ଦିଆଯାଇଛି। ଜିଲ୍ଲାର ସମସ୍ତ ବନକର୍ମଚାରୀ ପୁଲିସ୍ ଫୋର୍ସ ସହ ଉକ୍ତ ଗାଁକୁ ଯିବାପାଇଁ ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।