ପ୍ରଶାସନ ଶୁଣିଲାନି, ଜଙ୍ଗଲରୁ କାଠ ଆଣି  ପୋଲ ନିର୍ମାଣ କଲେ ଗ୍ରାମବାସୀ

ବାଲିଗୁଡ଼ା (ଅଜିତ୍ କୁମାର ନାୟକ): ଲୋକେ ନିଜର ଅସୁବିଧା ଜଣାଇଲେ, ହେଲେ ସରକାର ଶୁଣିଲେ ନାହିଁ । ବାଧ୍ୟ ହୋଇ ଲୋକେ ଜଙ୍ଗଲରୁ କାଠ ଆଣି କାଠ ପୋଲ ନିର୍ମାଣ କଲେ। ଆଉ ଏବେ ଯିବା ଆସିବାର ବାଟ ଫିଟିବା ପରେ ଲୋକେ ଏବେ ଅତି ବିପଦଜନକ ଭାବେ ଯିବା ଆସିବା କରୁଛନ୍ତି । ଏଭଳି ଦୃଶ୍ୟ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତର କୁଟିମାହା ଗାଁରେ ଦେଖିବାକୁ ମିଳିଛି । ତିତିଲି ବାତ୍ୟାରେ କୁଟିମାହା […]

6790

6790

Tapas Behera
  • Published: Thursday, 24 September 2020
  • Updated: 24 September 2020, 04:52 PM IST

ବାଲିଗୁଡ଼ା (ଅଜିତ୍ କୁମାର ନାୟକ): ଲୋକେ ନିଜର ଅସୁବିଧା ଜଣାଇଲେ, ହେଲେ ସରକାର ଶୁଣିଲେ ନାହିଁ । ବାଧ୍ୟ ହୋଇ ଲୋକେ ଜଙ୍ଗଲରୁ କାଠ ଆଣି କାଠ ପୋଲ ନିର୍ମାଣ କଲେ। ଆଉ ଏବେ ଯିବା ଆସିବାର ବାଟ ଫିଟିବା ପରେ ଲୋକେ ଏବେ ଅତି ବିପଦଜନକ ଭାବେ ଯିବା ଆସିବା କରୁଛନ୍ତି । ଏଭଳି ଦୃଶ୍ୟ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତର କୁଟିମାହା ଗାଁରେ ଦେଖିବାକୁ ମିଳିଛି । ତିତିଲି ବାତ୍ୟାରେ କୁଟିମାହା ବ୍ରିଜର ଆପ୍ରୋଚ ରୋଡ ଧୋଇଯିବା ପରେ ଲୋକେ ଅନେକ ଅସୁବିଧାର ସାମ୍ନା କରି ଆସୁଥିଲେ । ଏ ନେଇ କୁଟିମାହା ଗାଁ ଲୋକେ ବିଡ଼ିଓଙ୍କୁ ଅନେକ ଥର ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରିନଥିଲେ।

ଆଉ ଶେଷରେ କୁଟିମାହା ଅଞ୍ଚଳବାସୀ ଜଙ୍ଗଲରୁ କାଠ ଆଣି କାଠ ପୋଲ କରିବାକୁ ବାଧ୍ୟ ହୋଇଛନ୍ତି।  ପ୍ରଶାସନ ନ ଶୁଣିବା ପରେ ଲୋକେ ଏକଜୁଟ ହୋଇ କାଠ ପୋଲ ନିର୍ମାଣ କରିଥିଲେ ମଧ୍ୟ ଗାଁ ଭିତରକୁ ରୋଗୀ ନେବା ଆଣିବା ଲାଗି କୌଣସି ଅଟୋ କିମ୍ଵା ଆମ୍ବୁଲାନ୍ସ ଯିବା ମଧ୍ୟ କଷ୍ଟକର ହୋଇପଡିଛି ।

ଏବେ ବି ଲୋକେ କାଠ ପୋଲ ଉପରେ ପିଲା ଚୁଆଙ୍କୁ ଧରି ମେଡିକାଲ ଓ ଟଙ୍କେକିଆ ଚାଉଳ ଆଣିବାକୁ ଅନେକ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି । !ଅନ୍ୟପଟେ  ପଂଚାୟତ ତରଫରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୋନପୁର ସରପଞ୍ଚ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos