ପିଇଓଙ୍କୁ ଅଟକ ରଖିଲେ ଲୋକ, ଗାଁରେ ପହଞ୍ଚିଲେ ବିଡିଓ

ସୋର(ଶଶୀକାନ୍ତ ବେହେରା): ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଅଟକ ରଖିଲେ ଗାଁ ଲୋକେ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସବିରା ପଞ୍ଚାୟତରେ ଏପରି ଘଟଣା ଘଟିଛି। ଏ ସମ୍ପର୍କରେ ଖବର ପାଇ ସୋର ଥାନା ପୁଲିସ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେ। ମାତ୍ର ଗାଁ ଲୋକ ନିଜ ଜିଦ୍‌ରେ ଅଟକ ଥିଲେ। ପରେ ବିଡିଓ ଗାଁରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ପିଇଓଙ୍କୁ ଛାଡ଼ିଥିବା ଜଣାପଡ଼ିଛି। ଗରିବ ଲୋକଙ୍କ ମୁଣ୍ଡ ଉପସ୍ଥାୟୀ ଛାତ ପାଇଁ […]

soro

soro

Manoranjan Sial
  • Published: Thursday, 13 August 2020
  • Updated: 13 August 2020, 05:11 PM IST

Sports

Latest News

ସୋର(ଶଶୀକାନ୍ତ ବେହେରା): ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଅଟକ ରଖିଲେ ଗାଁ ଲୋକେ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସବିରା ପଞ୍ଚାୟତରେ ଏପରି ଘଟଣା ଘଟିଛି। ଏ ସମ୍ପର୍କରେ ଖବର ପାଇ ସୋର ଥାନା ପୁଲିସ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେ। ମାତ୍ର ଗାଁ ଲୋକ ନିଜ ଜିଦ୍‌ରେ ଅଟକ ଥିଲେ। ପରେ ବିଡିଓ ଗାଁରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ପିଇଓଙ୍କୁ ଛାଡ଼ିଥିବା ଜଣାପଡ଼ିଛି।

ଗରିବ ଲୋକଙ୍କ ମୁଣ୍ଡ ଉପସ୍ଥାୟୀ ଛାତ ପାଇଁ ସରକାର ଇନ୍ଦିରା ଆବସ ଯୋଜନା ପ୍ରଣୟନ କରିଛନ୍ତି। ଦାଣ୍ଡପଳସା ଗାଁରେ ଏଥିରେ ପାତରଅନ୍ତର ହେଉଥିବା ଅଭିଯୋଗ ହେଉଥିଲା। ଗାଁର ଯୋଗ୍ୟ ହିତାଧିକାରୀଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘର ମିଳୁନଥିବା ବେଳେ ଅଯୋଗ୍ୟଙ୍କୁ ମିଳୁଛି। ଏନେଇ ଅଭିଯୋଗ ହେଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।

ଆଜି ପିଇଓ ଉତ୍କଳମଣି ନାୟକ ଇନ୍ଦିରା ଆବାସ କାର୍ଯ୍ୟାଦେଶ ବାଣ୍ଟନ କରିବା ପାଇଁ ଦାଣ୍ଡପଳସା ଗାଁକୁ ଆସିଥିଲେ। ଏହି ସମୟରେ ଗାଁ ଲୋକେ ତାଙ୍କୁ ଅଟକ ରଖିଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ ସୋର ଥାନା ପୁଲିସ ଗାଁରେ ପହଞ୍ଚିଥିଲେ। ପିଇଓଙ୍କୁ ଛାଡ଼ିବା ପାଇଁ ଗାଁ ଲୋକଙ୍କୁ ପୁଲିସ ବୁଝାଇବାକୁ ଚେଷ୍ଟା କରିଥିଲା। ମାତ୍ର ଗାଁ ଲୋକ ନିଜ ଜିଦ୍‌ରେ ଅଟକିଥିଲେ। ପରେ ସୋର ବିଡିଓ ସୁଶାନ୍ତ ବାରିକ ଘଟଣା ସ୍ଥଳରେ ପହଞ୍ଚି ଗାଁ ଲୋକଙ୍କୁ ବୁଝାଇଥିଲେ। ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଛାଡ଼ି ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos