ବାପମା’ ଛେଉଣ୍ଡ ମନିଷାଙ୍କ ମଥାରେ ଝଟକିଲା ସିନ୍ଦୂର , କିଏ ହେଲା ସାହା ଭରସା

ଆଳି (ବନମାଳୀ ସାହୁ): କରୋନା ମହାମାରୀ ଆତଙ୍କ ଓ ଲକଡାଉନ ଅଚଳାବସ୍ଥା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିବ୍ଲକମାଣିକପାଟଣା ଗାଁର ଯୁବକମାନେ ମିଳିତ ହୋଇ ଆଜି ଜଣେ ନିଃସହାୟା ଝିଅର ବିବାହ କରାଇଛନ୍ତି। ମାଣିକପାଟଣା ଗାଁର ମନିଷା ସାହୁ ପିଲାଟି ବେଳୁ ବାପମାଙ୍କୁ ହରାଇ ନିଜର ବୃଦ୍ଧା ଆଈ ରୋହିଣୀଙ୍କ ପାଖରେ ରହୁଥିଲେ। ବାପା-ମା ଆରପାରିକୁ ଚାଲିଗଲା ପରେ ରୋହିଣୀଙ୍କ ଆଶାବାଡ଼ି ପାଲଟିଥିଲେ ଆଇ ମନିଷା। ଛୋଟବେଳୁ ସ୍ନେହ, ଶ୍ରଦ୍ଧା ଭଲପାଇବା ସହ ଲାଳଳନପାଳନ କରି ମନିଷାଙ୍କୁ ବଡ଼ […]

vbn

vbn

Tapas Behera
  • Published: Saturday, 06 June 2020
  • Updated: 06 June 2020, 04:50 PM IST

ଆଳି (ବନମାଳୀ ସାହୁ): କରୋନା ମହାମାରୀ ଆତଙ୍କ ଓ ଲକଡାଉନ ଅଚଳାବସ୍ଥା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିବ୍ଲକମାଣିକପାଟଣା ଗାଁର ଯୁବକମାନେ ମିଳିତ ହୋଇ ଆଜି ଜଣେ ନିଃସହାୟା ଝିଅର ବିବାହ କରାଇଛନ୍ତି। ମାଣିକପାଟଣା ଗାଁର ମନିଷା ସାହୁ ପିଲାଟି ବେଳୁ ବାପମାଙ୍କୁ ହରାଇ ନିଜର ବୃଦ୍ଧା ଆଈ ରୋହିଣୀଙ୍କ ପାଖରେ ରହୁଥିଲେ। ବାପା-ମା ଆରପାରିକୁ ଚାଲିଗଲା ପରେ ରୋହିଣୀଙ୍କ ଆଶାବାଡ଼ି ପାଲଟିଥିଲେ ଆଇ ମନିଷା। ଛୋଟବେଳୁ ସ୍ନେହ, ଶ୍ରଦ୍ଧା ଭଲପାଇବା ସହ ଲାଳଳନପାଳନ କରି ମନିଷାଙ୍କୁ ବଡ଼ କରିଥିଲେ। ହେଲେ

ବିବାହ ବୟସ ବେଳକୁ ମନିଷାଙ୍କୁ ହାତରୁ ଦିହାତ କରିବା ପାଇଁ ଅର୍ଥ ସାଜିଥିଲା ବାଧକ। ଆଉ ଏମିତି ଦୁଃଖଦ ସମୟରେ ସହାୟତାର ହାତ ବଢାଇଥିଲେ ଗାଁର ଶତାଧିକ  ଯୁବକ। ମାଣିକପାଟଣା ପଞ୍ଚାୟତର ‘ଆମ ସ୍ୱାଭିମାନ’ ଯୁବ ସଂଗଠନର ସଦସ୍ୟମାନେ ମିଳିତ ହୋଇ ମନିଷାଙ୍କର ବାହାଘର ଆୟୋଜନ କରିଥିଲେ। ଆଉ ମନିଷାଙ୍କୁ ସାତଜନମର ସାଥୀ କରିଥିଲେ କଳଦିଆ ଗ୍ରାମର ସନାତନ ସାହୁଙ୍କ ପୁଅ ମନୋଜ। ମନୋଜ ବରସାଜି  ଆସିବା ପରେ ଗାଁ ରାମ ମନ୍ଦିରରେ ବାହାଘର ଅନୁଷ୍ଠିତ ହୋଇଥିଲା।

ସ୍ୱାଭିମାନ ସଙ୍ଗଠନର ସଦସ୍ୟମାନେ ଏକାଠି ହୋଇ ମନ୍ଦିର ମଣ୍ଡପରେ ସାଜସରଞ୍ଜାମ ଯୋଗାଇ ଦେଇ ବାହାଘର କରିଥିଲେ। ସାମାଜିକ ଦୂରତା ମଧ୍ୟରେ ଶଂଖ, ହୁଳହୁଳି ଓ ମନ୍ତ୍ରପାଠ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଉ ମନିଷାଙ୍କୁ ବିଦାକି ଦେବା ପାଇଁ ତାଙ୍କୁ ଭଳିକି ଭଳିକି ଉପହାର ଦେଇଥିଲେ ଯୁବକ ସଙ୍ଗଠନ। ଆଲମିରା, ଡ୍ରେସିଂ ଟେବୁଲ, ଆଲଣା, ଚେୟାର, ଟି-ପୟ, ଶାଢିଠୁ ଆରମ୍ଭ  କରି ସୁନା କାନଫୁଲ ପର୍ଯ୍ୟନ୍ତ ଯୋଗାଇ ଦେଇଥିଲେ। ଜଣେ ବେସାହାରା ଝିଅର ବାହାଘର ପାଇଁ ଯୁବକ ମାନଙ୍କର ଏଇ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos