କରୋନା ଭୟରେ ମରିଗଲା ମାନବିକତା; ଶବ ସତ୍କାର କରୁନାହାନ୍ତି ଗ୍ରାମବାସୀ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୟରେ ହଜିଗଲା ମାନବିକତା। କାଲିଠାରୁ ଗାଁରେ ମୃତଦେହ ପଡ଼ି ରହିଥିବା ବେଳେ ସତ୍କାର କରିବାକୁ ଅମଙ୍ଗ ହେଉଛନ୍ତି ଗ୍ରାମବାସୀ। କରୋନା ସଂକ୍ରମଣ ଭୟରେ ଗାଁଲୋକେ ଶବ ସତ୍କାର ପାଇଁ ଆସୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡି ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା। ମାର୍ଚ୍ଚ ୩୦ରେ କୋଲକାତାରୁ ଶ୍ରୀଧର ଦଳାଇ ନାମକ ବ୍ୟକ୍ତି ଘରକୁ ଫେରିଥିଲେ। ହଠାତ୍ ତାଙ୍କ ଦେହ ଖରାପ ହେବାରୁ […]

balesora-1--1

Niharika Rout
  • Published: Monday, 04 May 2020
  • , Updated: 04 May 2020, 10:44 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୟରେ ହଜିଗଲା ମାନବିକତା। କାଲିଠାରୁ ଗାଁରେ ମୃତଦେହ ପଡ଼ି ରହିଥିବା ବେଳେ ସତ୍କାର କରିବାକୁ ଅମଙ୍ଗ ହେଉଛନ୍ତି ଗ୍ରାମବାସୀ। କରୋନା ସଂକ୍ରମଣ ଭୟରେ ଗାଁଲୋକେ ଶବ ସତ୍କାର ପାଇଁ ଆସୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡି ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା।

ମାର୍ଚ୍ଚ ୩୦ରେ କୋଲକାତାରୁ ଶ୍ରୀଧର ଦଳାଇ ନାମକ ବ୍ୟକ୍ତି ଘରକୁ ଫେରିଥିଲେ। ହଠାତ୍ ତାଙ୍କ ଦେହ ଖରାପ ହେବାରୁ ସେ ସ୍ଥାନୀୟ ଡାକ୍ତରଖାନା ଓ ପରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଜଣ୍ଡିସ ହୋଇଛି ବୋଲି କହିଥିଲେ। ଅବସ୍ଥା ବିଗିଡ଼ିବାରୁ ଗତକାଲି ପୁଣି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।  ଗତକାଲି ରାତିରେ ମୃତଦେହ ଗାଁକୁ ଫେରି ଆସିଥିବା ବେଳେ ସତ୍କାର ହୋଇ ନ ପାରି ପଡ଼ି ରହିଛି। ଗ୍ରାମବାସୀ ସହଯୋଗ କରୁ ନ ଥିବାରୁ  ସ୍ୱାମୀଙ୍କ ଶବ ସତ୍କାର ହୋଇପାରୁ ନ ଥିବା କୋହଭରା କଣ୍ଠରେ ଶ୍ରୀଧରଙ୍କ ପତ୍ନୀ କହିଛନ୍ତି। ପୁଲିସ୍‌ କିମ୍ବା ପ୍ରଶାସନ ତରଫରୁ କେହି ଘଟଣାସ୍ଥଳକୁ ଆସି ନ ଥିବା ବେଳେ ଘଟଣାର ସମାଧାନ ହୋଇପାରିନି।

Related story