ଟିକାକେନ୍ଦ୍ର ଖୋଲା, ଘରେ ପଡ଼ିଛି ତାଲା!

ମୋହନା (ମିହିର ଜତି): କରୋନା ପାଇଁ ଖୋଲିଛି ଟିକାକେନ୍ଦ୍ର। ହେଲେ ଲୋକମାନେ ଟିକା ନେବା ପାଇଁ କେନ୍ଦ୍ରକୁ ଆସୁନାହାନ୍ତି। ଯେଉଁଥିପାଇଁ ଟିକାକେନ୍ଦ୍ର ଖାଲି ପଡୁଛି। ଗାଁ ଲୋକମାନେ ଭୟରେ ଘରେ ତାଲା ପକାଇ ପଳାଇ ଯାଉଛନ୍ତି। ଏପରି ଚିତ୍ର ଗଜପତି ଜିଲ୍ଲା ମୋହନା ବ୍ଲକ ବାଘମାରୀ ପଞ୍ଚାୟତରୁ ଆସିଛି। ଟିକାକରଣ ପାଇଁ ତିନି ତିନି ଥର ମେଡ଼ିକାଲ୍‌ ଟିମ୍‌ ଗାଁକୁ ଯାଇଥିଲେ ମଧ୍ୟ ବୁଝାସୁଝା କରି ମାତ୍ର ୪୦% ଲୋକଙ୍କୁ ଟିକା ଦେଇପାରିଛି। ଏବେ ମଧ୍ୟ ୬୦ […]

Covid Centre

Covid Centre

Manoranjan Sial
  • Published: Friday, 18 June 2021
  • Updated: 18 June 2021, 11:14 PM IST

Sports

Latest News

ମୋହନା (ମିହିର ଜତି): କରୋନା ପାଇଁ ଖୋଲିଛି ଟିକାକେନ୍ଦ୍ର। ହେଲେ ଲୋକମାନେ ଟିକା ନେବା ପାଇଁ କେନ୍ଦ୍ରକୁ ଆସୁନାହାନ୍ତି। ଯେଉଁଥିପାଇଁ ଟିକାକେନ୍ଦ୍ର ଖାଲି ପଡୁଛି। ଗାଁ ଲୋକମାନେ ଭୟରେ ଘରେ ତାଲା ପକାଇ ପଳାଇ ଯାଉଛନ୍ତି। ଏପରି ଚିତ୍ର ଗଜପତି ଜିଲ୍ଲା ମୋହନା ବ୍ଲକ ବାଘମାରୀ ପଞ୍ଚାୟତରୁ ଆସିଛି। ଟିକାକରଣ ପାଇଁ ତିନି ତିନି ଥର ମେଡ଼ିକାଲ୍‌ ଟିମ୍‌ ଗାଁକୁ ଯାଇଥିଲେ ମଧ୍ୟ ବୁଝାସୁଝା କରି ମାତ୍ର ୪୦% ଲୋକଙ୍କୁ ଟିକା ଦେଇପାରିଛି। ଏବେ ମଧ୍ୟ ୬୦ ପ୍ରତିଶତ ଲୋକ ଟିକା ନେବା ପାଇଁ ଆସୁନାହାନ୍ତି। ଅନ୍ଧ ବିଶ୍ୱାସ ତଥା ଭ୍ରାନ୍ତ ଧାରଣା ଯୋଗୁ ଦୁର୍ଗ ଅଞ୍ଚଳର ଲୋକମାନେ ଟିକା ନେବାକୁ ଆସୁନଥିବା ଆଲୋଚନା ହେଉଛି।

ବାଘମାରୀ ପଞ୍ଚାୟତରେ ଲୋକ ସଂଖ୍ୟା ୨୦୦୦ ହେବ। ଏହି ପଞ୍ଚାୟତର ବାଘମାରୀ ସମେତ ପଟାଚାଞ୍ଝଡ଼ା, ପେଜପାଣି ଓ ଶିକୁଳିପରଦ ଆଦି ଗାଁରେ ୩୦୦ରୁ ଅଧିକ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଛନ୍ତି। ଏମାନଙ୍କୁ ଟିକାକରଣ ପାଇଁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଦୁଇଟି ମେଡିକାଲ ଟିମ୍‌ ଗଠନ କରାଯାଇଥିଲା।

ଗତ ସୋମବାର ମେଡିକାଲ୍‌ ଟିମ୍‌ ବାଘମାରୀ ଓ ଶିକୁଳିପରଦ ଗାଁରେ ହୋଇଥିବା ଟିକାକରଣ କେନ୍ଦ୍ରକୁ ଆସିଥିଲେ। ମାତ୍ର ଟିକା ନେବା ପାଇଁ ଲୋକମାନେ ଆସିନଥିଲେ। ସରପଞ୍ଚ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀମାନେ ଘର ଘର ବୁଲି ଟିକା ନେବା ପାଇଁ ଲୋକଙ୍କୁ କହିଥିଲେ। ସେମାନଙ୍କ ଭିତରୁ କେତେକ ଲୋକ ଟିକାକରଣ କେନ୍ଦ୍ରକୁ ଆସିଥିଲେ। ହେଲେ ଅଧିକାଂଶ ଗାଁ ଲୋକ ଟିକା ନାଁ ଶୁଣି ଘରେ ତାଲା ପକାଇ ଯାଉଥିବା ଦେଖିବାକୁ ମିଳୁଛି।

ତେବେ ଦୁର୍ଗମ ଅଞ୍ଚଳର ଗାଁରୁ ଲୋକ ଆଣିବା ପାଇଁ ଗାଡ଼ିର ବ୍ୟବସ୍ଥା କରାଯାଇଥିଲା। ଲୋକମାନେ ଗାଡ଼ିରେ ଆସି ଅଧାରାସ୍ତାରୁ ଓହ୍ଲାଇ ପଳାଇ ଯାଇଥିଲେ। ମେଡିକାଲ୍‌ ଟିମ୍‌ ତିନି ଥର ଉକ୍ତ ପଞ୍ଚାୟତକୁ ଟିକା ଦେବାକୁ ଯାଇଥିଲା। ସୋମବାର ତୃତୀୟ ଥର ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ଟିକା ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ଲୋକ ଟିକା ନେଇ ନାହାନ୍ତି।

ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ରଇତ କହିଛନ୍ତି- “ଟିକା ନେବା ପାଇଁ ସମସ୍ତଙ୍କ ଘରକୁ ଯାଇ କହିଲୁ। ଟିକା ନନେଲେ କଣ ହେବ ଓ ଟିକା ନେଲେ କଣ ହେବ ସେ ସମ୍ପର୍କରେ ମଧ୍ୟ ଲୋକଙ୍କୁ ବୁଝାଇଲୁ। ହେଲେ ଗାଁ ଲୋକ ଟିକା ନେବାକୁ ଆସୁନାହାନ୍ତି। ସେମାନେ କହୁଛନ୍ତି, ଟିକା ନେଲେ ମରିବୁ, ନନେଲେ ମରିବୁ। ତେଣୁ ଆମେ ଟିକା ନେବୁ ନାହିଁ ବୋଲି ଗାଁ ଲୋକ କହୁଛନ୍ତି। ଆଉ କିଛି ଲୋକ ଆମ କଥା ଶୁଣିବା ପରିବର୍ତ୍ତେ ଘର ପଛ ପାର୍ଶ୍ୱ ଦେଇ ପଳାଉଛନ୍ତି। ଉଠା କଥା ଶୁଣି ଟିକା ନେବାକୁ ଆସୁନାହାନ୍ତି। ଯେଉଁଥିପାଇଁ ମେଡିକାଲ୍‌ ଟିମ୍‌ ଆସି ଫେରି ଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos