ବାୟୁ ପ୍ରଦୂଷଣ ପ୍ରତିବାଦରେ ପ୍ଲାଣ୍ଟରେ ଧାରଣା: ଗାଁ ସ୍ଥାନାନ୍ତର ଦାବି

କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ପ୍ଲାଣ୍ଟ ଯୋଗୁଁ ବାୟୁ ପ୍ରଦୂଷଣ ହୋଇ ଲୋକେ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରି ସ୍ଥାନୀୟ ଡିମୁଣ୍ଡି ଗାଁର ଶତାଧିକ ମହିଳା ଓ ପୁରୁଷ ପ୍ଲାଣ୍ଟ ପରିସରରେ ଧାରଣା ଦେଇଛନ୍ତି। ଏହାସହ ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ପ୍ଲାଣ୍ଟରୁ ବାହାରୁ ଥିବା ଧୂଆଁ, ଧୂଳି ସମେତ କୋଇଲା ଓ […]

kalyanshingpur

Rakesh Mallick
  • Published: Friday, 25 May 2018
  • , Updated: 25 May 2018, 10:55 AM IST

କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ପ୍ଲାଣ୍ଟ ଯୋଗୁଁ ବାୟୁ ପ୍ରଦୂଷଣ ହୋଇ ଲୋକେ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରି ସ୍ଥାନୀୟ ଡିମୁଣ୍ଡି ଗାଁର ଶତାଧିକ ମହିଳା ଓ ପୁରୁଷ ପ୍ଲାଣ୍ଟ ପରିସରରେ ଧାରଣା ଦେଇଛନ୍ତି। ଏହାସହ ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।

ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ପ୍ଲାଣ୍ଟରୁ ବାହାରୁ ଥିବା ଧୂଆଁ, ଧୂଳି ସମେତ କୋଇଲା ଓ ବକ୍‌ସାଇଟ ଗୁଣ୍ଡ ପାନୀୟ ଜଳ ଓ ଖାଦ୍ୟ ସାମଗ୍ରୀ ଉପରେ ପଡୁଥିବାରୁ ଏହାକୁ ଖାଇ ଲୋକେ ରୋଗାକ୍ରନ୍ତ ହେଉଛନ୍ତି। ଡିମୁଣ୍ଡି ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନିମନ୍ତେ ୨୦୧୨ରୁ ଦାବି ହୋଇଆସୁଛି। ଏନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନକୁ ଏକାଧିକ ଥର ଜଣାଯାଇଛି। ହେଲେ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ ପ୍ରବୀର କୁମାର ନାୟକ ଓ ଡିଏସ୍‌ପି ରାଜକିଶୋର ଦାସ ପହଞ୍ଚି ପ୍ଲାଣ୍ଟ କର୍ତ୍ତୃପକ୍ଷ ଓ ଆନ୍ଦୋଳନକରୀଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆଲୋଚନାରୁ କୌଣସି ସୁଫଳ ମିଳି ନଥିବା ଜଣାପଡିଛି।

Related story