ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଭିଣ୍ଟେଜ ଗାଡ଼ି ରେଜିଷ୍ଟ୍ରେସନ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ୫୦ ବର୍ଷରୁ ଅଧିକ ହୋଇଥିବା ଗାଡ଼ିର ପଂଜୀକରଣ ସହ ନମ୍ବର ଆରମ୍ଭରୁ VA ରହିବ । ଗାଡି ଯାଞ୍ଚ ପରେ ଫିଟନେସ ଏବଂ ବୈଧ ପିୟୁସି ଥିଲେ ରାଜ୍ୟ ପଞ୍ଜୀକରଣ ପ୍ରାଧିକରଣ ଦ୍ୱାରା ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଦିଆଯିବ ।
ନୂତନ ନିୟମ ଅନୁଯାୟୀ ନୂଆ ସାର୍ଟିଫିକେଟ୍ ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ । ଏହା ୧୦ ବର୍ଷ ଯାଏଁ ବୈଧ ରହିବ । ପରବର୍ତ୍ତୀ ସମୟରେ ପଂଜୀକରଣର ନବୀକରଣ ପାଇଁ ଅତିରିକ୍ତ ୫ ହଜାର ଟଙ୍କା ଖର୍ଚ୍ଚ ହେବ ଏବଂ ତାର ବୈଧତା ୫ ବର୍ଷ ଯାଏଁ ରହିବ ।
ଭିଣ୍ଟେଜ୍ ମୋଟର ଯାନ ଗୁଡିକ ନିୟମିତ କିମ୍ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ରାସ୍ତାରେ ଚାଲିପାରିବ ନାହିଁ । ଏହା କେବଳ ପ୍ରଦର୍ଶନୀ ଏବଂ ରାଲି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ । ଭିଣ୍ଟେଜ ନମ୍ବର ଦିଆଯିବା ପରେ ଗାଡି ମାଲିକ ମାଲିକାନା ସ୍ଥାନାନ୍ତର ପାଇଁ ଆବେଦନ କରିପାରିବେ । ଗାଡି ବିକ୍ରି କରିପାରିବେ ଏବଂ ଠିକଣା ପରିବର୍ତ୍ତନ ମଧ୍ୟ କରିପାରିବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସଞ୍ଜ ବେଳେ ମହିଳାଙ୍କ ହାତ ଓ ଗୋଡ଼ ବାନ୍ଧି ଘରୁ ନେଇ ଗଲେ ୨୦ ଲକ୍ଷ ଟଙ୍କା
ଅମିତାଙ୍କୁ ଲୁଟିବା ପରେ ଆଲମାରୀରେ ଥିବା ୨୦ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ। ଆଉ ଗଲା ବେଳେ ବାହାର ପାର୍ଶ୍ୱରୁ କବାଟ ବନ୍ଦ କରିଦେଇଥିଲେ।
Crime
କ’ଣ ପାଇଁ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ଯାଇଥିଲେ ହଂସିକା ଓ ଅନୀଲ?
ଅପରପକ୍ଷେ ଏହି ଠକ ଯୋଡ଼ିଙ୍କ କେଳେଙ୍କାରୀ ରାଜ୍ୟ ବାହାରକୁ ବି ଲମ୍ବିଛି। ଝାଡଖଣ୍ଡର ଇଏସଏଲ ବୋକାରୋ କଂପାନୀ ସହ ଏକ ୩୦୦ କୋଟି ଟଙ୍କାର ଡିଲ୍ ମଧ୍ୟ ସାମ୍ନାକୁ ଆସିଛି। ଆୟକର ବିଭାଗ ଏସବୁ ତଥ୍ୟ ପାଇବା ପରେ ଖୋଳତାଡ ଚଳାଇଛି।
Politics
ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବା ପରେ କ’ଣ ଫାଇଦା ମିଳିବ? ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ପ୍ରାୟ ୩୦ ହଜାର ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ।
Crime
ବାଘ ମାରି ଖାଇଥିଲେ, ବାସନ୍ଦ ହେଲେ ୪ ପରିବାର
ବନ ବିଭାଗ ଏ ସମ୍ପର୍କରେ ଜାଣିପାରି ଜଗବନ୍ଧୁଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଉଛି। ଗିରଫ ବେଳେ ୩ ଅଭିଯୁକ୍ତ ବାଘ ଶିକାର କରି ଖାଇଥିବା ସ୍ୱୀକାର କରିଥିଲେ।
Crime
ଅଫିସ୍ରେ ମାତାଲ RI କହୁଛନ୍ତି- ମୋଦି ମୋର ଫ୍ରେଣ୍ଡ, ଚାହିଁଲେ ପ୍ରଧାନମନ୍ତ୍ରୀ ହୋଇଯିବି
ଖଜଣା ଦେଇ ପାଉତି କାଟିଲେ ଚାଷୀମାନେ ଫସଲ କ୍ଷୟକ୍ଷତି ପାଇଁ ଆବେଦନ କରିବେ। ହେଲେ ଦୁର୍ଭାଗ୍ୟର ବିଷୟ ବୌଲାଙ୍ଗ ଆର୍ଆଇ ଅଫିସ୍ରେ ନାହାଁନ୍ତି। ତେଣୁ ଚାଷୀମାନେ ପଟା ଓ ପାଉତି ଧରି ଆର୍ଆଇ ଅଫିସ୍ ଆଗରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲେ।