ଅଲାରନାଥ ଧନ୍ଦାମୂଳକ କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସା: ଛୁରାମାଡ଼ରେ ୨ ଆହତ

ବ୍ରହ୍ମଗିରି: କଲେଜ ନିର୍ବାଚନ ପୂର୍ବରୁ ହିଂସା। ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଲାରନାଥ ଧନ୍ଦାମୂଳକ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଛୁରା ମାଡ଼ରେ ୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି।  ଛାତ୍ର ସଂସଦ ନିର୍ବାଚନକୁ ନେଇ ଏହି ସଂଘର୍ଷ ହୋଇଥିବା ଜଣା ପଡ଼ିଛି। ସୂଚନାଯୋଗ୍ୟ ଯେ, ଗତ ୯ ତାରିଖରେ ରାଜଧାନୀ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। ଜଣେ ଆଶାୟୀ ପ୍ରାର୍ଥୀଙ୍କୁ କିଛି ଛାତ୍ର ଓ ଅଣଛାତ୍ର ସଂଘବଦ୍ଧ ଭାବେ […]

Rakesh Mallick
  • Published: Monday, 11 September 2017
  • , Updated: 11 September 2017, 02:10 PM IST

ବ୍ରହ୍ମଗିରି: କଲେଜ ନିର୍ବାଚନ ପୂର୍ବରୁ ହିଂସା। ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଲାରନାଥ ଧନ୍ଦାମୂଳକ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଛୁରା ମାଡ଼ରେ ୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି।  ଛାତ୍ର ସଂସଦ ନିର୍ବାଚନକୁ ନେଇ ଏହି ସଂଘର୍ଷ ହୋଇଥିବା ଜଣା ପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖରେ ରାଜଧାନୀ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। ଜଣେ ଆଶାୟୀ ପ୍ରାର୍ଥୀଙ୍କୁ କିଛି ଛାତ୍ର ଓ ଅଣଛାତ୍ର ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଜଣେ ଛାତ୍ର ଆହତ ହୋଇଥିଲେ।

Related story