ବିଭିନ୍ନ ବୁଥ୍‌ରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ୍‌; ଆକ୍ରମଣରେ ଅନ୍ୟ ଦଳର କର୍ମୀ ଆହତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୧ ବିଧାନସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଭୋଗରାଇର ହୁଗୁଳି ସ୍ଥିତ ୨୪୭ ନମ୍ବର ବୁଥ୍‌ରେ ବିଜେଡି କର୍ମୀମାନେ ଜଣେ ବିଜେପି ଏଜେଣ୍ଟଙ୍କୁ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସେଠାରେ ପୁଲିସ୍ ମୁତୟନ କରାଯାଇଛି। ସେହିପରି କେନ୍ଦ୍ରାପଡ଼ାର ମାହାଙ୍ଗାର ସୁକରପଡ଼ା ବୁଥ୍‌ରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ […]

bjd23

bjd23

Jitendra Garnayak
  • Published: Monday, 29 April 2019
  • Updated: 29 April 2019, 03:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୧ ବିଧାନସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି।

ଭୋଗରାଇର ହୁଗୁଳି ସ୍ଥିତ ୨୪୭ ନମ୍ବର ବୁଥ୍‌ରେ ବିଜେଡି କର୍ମୀମାନେ ଜଣେ ବିଜେପି ଏଜେଣ୍ଟଙ୍କୁ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସେଠାରେ ପୁଲିସ୍ ମୁତୟନ କରାଯାଇଛି।

ସେହିପରି କେନ୍ଦ୍ରାପଡ଼ାର ମାହାଙ୍ଗାର ସୁକରପଡ଼ା ବୁଥ୍‌ରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ତାଙ୍କ ଦଳର କର୍ମୀଙ୍କୁ ବିଜେଡି କର୍ମୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବୈଜୟନ୍ତ ବୁଥ୍ ପରିଦର୍ଶନରେ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା। ଏପରିକି ବିଜେଡି କର୍ମୀମାନେ ଗଣମାଧ୍ୟମ କର୍ମଚାରୀଙ୍କୁ ମଧ୍ୟ ଠେଲାପେଲା କରିଥିଲେ।

ଭଦ୍ରକର ବାସୁଦେବପୁରର ୮୬ ନମ୍ବର ବୁଥ୍‌ରେ ମଧ୍ୟ ବିଜେଡି କର୍ମୀଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା। ଏଠାରେ ଜଣେ ବିଜେଡି ସମର୍ଥକ ବାରମ୍ବାର ବୁଥ୍‌ ଭିତରକୁ ଆସିବା ପରେ ଉପସ୍ଥିତ କଂଗ୍ରେସ୍ କର୍ମୀମାନେ ପ୍ରତିବାଦ କରିଥିଲେ। ଫଳରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଭିଯୋଗ ପାଇବା ପରେ ପୁଲିସ୍ ଉକ୍ତ ଯୁବକଙ୍କୁ ଅଟକ ରଖିଛି।

ଧାମନଗରର ୧୯ ନମ୍ବର ବୁଥ୍‌ରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ବିଜେଡି ଏଜେଣ୍ଟମାନେ ବିଜେପି କର୍ମୀମାନଙ୍କୁ ବୁଥ୍‌ ଭିତରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି।

ବାଲେଶ୍ୱରର ବସ୍ତା ନିର୍ବାଚନ ମଣ୍ଡଳୀର କୁଣ୍ଢେଇର ୬୮ ନମ୍ବର ବୁଥ୍‌ରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ହାତାହାତି ହୋଇଥିଲା। ବିଜେଡି କର୍ମୀଙ୍କ ଆକ୍ରମଣରେ ଜଣେ ବିଜେପି କର୍ମୀଙ୍କ ହାତ ଭାଙ୍ଗିଯାଇଛି। ସେହିପରି ଭୋଗରାଇର ଡେଉଁର ଗାଁର ୫୭ ନମ୍ବର ବୁଥ୍‌ରେ ବିଜେଡି କର୍ମୀଙ୍କ ଆକ୍ରମଣରେ ୨ ଜଣ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି। ଗଣ୍ଡଗୋଳ ଯୋଗୁ ଏଠାରେ ୧ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା।

ନିଆଳିର ପତ୍ରକଣା ବୁଥ୍‌ରେ ବି ଗଣ୍ଡଗୋଳ ହୋଇଛି। ବିଜେଡି ଏଜେଣ୍ଟଙ୍କ ମାଡ଼ରେ ଜଣେ ବିଜେପି ଏଜେଣ୍ଟ ଆହତ ହୋଇଥିବା ଅଭିଯୋଗ ହୋଇଛି। ବିଜେଡି ଏଜେଣ୍ଟଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos